ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣିଥରେ ମାଓବାଦୀ ମାନେ ଉପଦ୍ରବ ଆରମ୍ଭ କଲେଣି

ମାଲକାନଗିରି-: ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣିଥରେ ମାଓବାଦୀ ମାନେ ଉପଦ୍ରବ ଆରମ୍ଭ କଲେଣି । ଜଣେ ଆତ୍ମସମର୍ପଣକାରୀ ନକ୍ସଲ ନେତାଙ୍କ ପରିବାରର ୩ଜଣଙ୍କୁ ହତ୍ୟା କରିଛନ୍ତି । ଏହାସହ  ମାଡ଼ମାରି ଗ୍ରାମର ୭ଜଣଙ୍କୁ ଆହତ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ସଶସ୍ତ୍ର ନକ୍ସଲ ଗୋଷ୍ଠୀ ପେଦ୍ଦାକୋରାମ ଗ୍ରାମରେ ପହଞ୍ଚିଥିଲେ । ଆଉ ଆତ୍ମସମର୍ପଣ କରିଥିବା ମାଓ ନେତା ଦିନେଶ ମୋଡିୟମଙ୍କ ଘରକୁ ଯାଇ ତାଙ୍କୁ ଖୋଜିଥିଲେ । ତେବେ ଦିନେଶ ଘରେ ନଥିବା ପରିବାର ଲୋକେ କହିଥିଲେ। ନକ୍ସଲ ଏଥିରେ ରାଗିଯାଇ ପରିବାର ଲୋକଙ୍କୁ ପ୍ରଥମେ ମାରଧର କରିଥିଲେ। ଦିନେଶ ପୋଲିସ ଇନଫର୍ମର ହେବା ସହ ସେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରିଛି ତେଣୁ ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ । ପରେ ପରିବାରର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ଏତିକିରେ ନକ୍ସଲଙ୍କର ରାଗ ଶାନ୍ତ ହୋଇନଥିଲା ଏବଂ ଗ୍ରାମର ୭ ଜଣକୁ ମଧ୍ୟ ନିସ୍ତୁକ ମାଡ଼ ମାରିବା ପରେ ଚେତାବନୀ ଦେଇ ଫେରାର ହୋଇଯାଇଥିଲେ । ତେବେ ମାଓବାଦୀ ମାନେ ଗ୍ରାମର ୧୨ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ଅପହରଣ କରି ନେଇ ଏମାନଙ୍କୁ ଜଂଗଲରେ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି କହିଥିଲେ । ଖବର ପାଇ ପୋଲିସ ଏବଂ ସୁରକ୍ଷାକର୍ମୀ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରିଛନ୍ତି ।