ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ହୋଇଥିଲେ ବିବାଦୀୟ। ଏମିତିକି ଏକ ଘରୋଇ ଚ୍ୟାନେଲ ରେ କହିଥିଲେ ୨୦୧୫ ନବକଳେବର ସମୟରେ ସଂଗୃହିତ ବଳକା ଦାରୁରେ ଦିଘା ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିର୍ମାଣ କରାଯାଇଥିବା କହି ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇ ଥିଲେ।

ଫଳରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରୀ ହୋଇଥିଲା। ଏହାର ଶୁଣାଣି କରି ଗତ ମେ ମାସ ୧୧ ତାରିଖରେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ତାଙ୍କୁ ଏକମାସ ପାଇଁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ତେବେ ଗତକାଲି ନିଲମ୍ବନ ଆଦେଶର ଅବଧି ଶେଷ ହୋଇଥିବାରୁ ଆଜି ସକାଳୁ ରାମକୃଷ୍ଣ କାର୍ଯ୍ୟରେ ଯୋଗଦାନ କରିଛନ୍ତି।

ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣମୀ ନିତି ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଦଇତାପତି ନିଯୋଗ ସଂପାଦକ ଭାବେ ସେ ନିଜର ଭୁମିକା ନିଭାଇଛନ୍ତି। ତେବେ ଗତ ମେ ମାସ ୧୧ତାରିଖରେ ତାଙ୍କୁ ଲାଗିଥିଲା ବଡ଼ ଝଟକା। ବଳକା ଦାରୁରେ ଦୀଘା ଜଗନ୍ନାଥ ମୁର୍ତ୍ତି ନିର୍ମାଣ ହେବା କହି ବିବାଦରେ ଫସିଥିଲେ ରାମକୃଷ୍ଣ।