ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ବିରାଟ କୋହଲି । ତାଙ୍କ ଏପରି ନିଷ୍ପତ୍ତି କେବଳ କ୍ରିକେଟ ପ୍ରେମିଙ୍କୁ ବ୍ୟଥିତ କରିଛି । କଥା ଉଠିଛି ଯେ କୋହଲି ଟାଇଟଲ ଜିତିବା ପରେ ଆଇପିଏଲରୁ ବି ଅବସର ନେଇପାରନ୍ତି । ତେଣୁ ବିରାଟ ଟେଷ୍ଟରୁ ଅବସର ନେବା ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଲୋକମାନେ ତାଙ୍କ ପ୍ରସଂଶକ ମାନେ ଦାବି କରିଛନ୍ତି । ଏହି କ୍ରମରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲ ଅବସର ନେବା ପୂର୍ବରୁ ବିରାଟଙ୍କୁ ପୁର୍ନବାର ବିଚାର କରିବାକୁ ଅନୁରୋଧ କରିଛନ୍ତି ।
କଥାବାର୍ତ୍ତା ସମୟରେ ଅରୁଣ ଧୂମାଲ କହିଛନ୍ତି, “ଯଦି ଆମେ କୋହଲିଙ୍କ ଫିଟନେସକୁ ଦେଖିବା, ତେବେ ସେ ପ୍ରଥମ ସିଜିନ ଅପେକ୍ଷା ଅଧିକ ଫିଟ ଅଛନ୍ତି। ମୁଁ ଚାହେଁ ଯେ ବିରାଟ ଆରସିବି ଟ୍ରଫି ଜିତିବା ପରେ ମଧ୍ୟ ଖେଳ ଜାରି ରଖନ୍ତୁ। ସମସ୍ତ ଦେଶବାସୀ ଚାହାଁନ୍ତି ଯେ କୋହଲି ଖେଳ ଜାରି ରଖନ୍ତୁ, ଏବଂ ମୁଁ ଚାହେଁ ଯେ ସେ ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ମୁଁ ଆଶା କରୁଛି ଯେ ସେ ଆଇପିଏଲରୁ ଅବସର ନେବେ ନାହିଁ, ସେ ଖେଳର ସବୁଠାରୁ ବଡ଼ ରାଷ୍ଟ୍ରଦୂତ। କ୍ରିକେଟ ପ୍ରତି ତାଙ୍କର ପ୍ରତିବଦ୍ଧତା ରୋଜର ଫେଡେରର କିମ୍ବା ନୋଭାକ ଜୋକୋଭିଚ୍ ଙ୍କ ଟେନିସ ପ୍ରତି ପ୍ରତିବଦ୍ଧତା ସହିତ ସମାନ, ତେଣୁ ମୁଁ ଚାହେଁ ଯେ ସେ ଖେଳ ଜାରି ରଖନ୍ତୁ।
ଏହି ଆଲୋଚନାରେ ଅରୁଣ ଧୂମଲ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଆଇପିଏଲରେ ଦଳ ବିସ୍ତାର ପାଇଁ କୌଣସି ଯୋଜନା ନାହିଁ। ସେ ପଞ୍ଜାବ କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ପୂର୍ବରୁ ଏହା କହିଛନ୍ତି। ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ ପଞ୍ଜାବ ମୁମ୍ବାଇକୁ ୫ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଏବେ ଏହା ନିଶ୍ଚିତ ଯେ ଆମେ ଓଚଖର ଏକ ନୂତନ ଚାମ୍ପିଅନ ପାଇବାକୁ ଯାଉଛୁ, କାରଣ ଉଭୟ ଦଳ ଏପର୍ୟ୍ୟନ୍ତ କୌଣସି ଟାଇଟଲ ଜିତି ନାହାଁନ୍ତି।