କେନ୍ଦ୍ର୧୧ ବର୍ଷ ରାଜ୍ୟର ୧ ବର୍ଷର ହିସାବ ଦେବ ବିଜେପି…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର ହିସାବ ଦେବ ବିଜେପି । ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ କର୍ମକର୍ତ୍ତା । ଆଜିର ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ପଦାଧିକାରୀ, ପ୍ରବକ୍ତା, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ମାନେ ଉପସ୍ଥିତ ଅଛନ୍ତି ।