ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଓମଫେଡ କ୍ଷୀର ୨ ଟଙ୍କା ମୁଲ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲିଟର ପିଛା ଏହାର ମୁଖ୍ୟ ୫୨ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୫୪ ଟଙ୍କାଙ୍କୁ ବୃଦ୍ଧି ପାଇଛି । ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ସରକାର । ଗ୍ରାହକ ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ସେଥିରୁ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର । କୃଷକଙ୍କୁ ନେଇ ମଧ୍ୟ ସରକାର ବଡ ଘୋଷଣା କରିଛନ୍ତି । ଏଣିକି ଦୁର୍ଘଟଣା ଜନିତ କାରଣରୁ କୃଷକଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସରକାର ୧ ହଜାର ୪୨୩ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ପ୍ରଚଳନ କରିଛନ୍ତି କାମଧେନୁ ଯୋଜନା । ୧୪ ଲକ୍ଷ ଗୋପାଳକଙ୍କୁ ଅଧିକ କିଭଳି ଦୁଗ୍ଧ ଉତ୍ପାଦନ ହୋଇପାରିବ ସେଥିପାଇଁ ଆମେ ସ୍ଵତନ୍ତ୍ର ଭାବେ ୭୦ ପ୍ରତିଶତ ପର୍ୟ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।