ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁର୍ନଗଠନ ପୂର୍ବତନ ର ଚିଫ୍ ଆଲୋକ ଜୋସୀ ହେଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମୋଦି ସରକାର ଏକ ବଡ଼ ଏବଂ ରଣନୈତିକ ପଦକ୍ଷେପ ନେଇଛନ୍ତି । ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB) ପୁନଃଗଠନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ପୂର୍ବତନ ଗବେଷଣା ଓ ବିଶ୍ଳେଷଣ ୱିଙ୍ଗ (RAW) ମୁଖ୍ୟ ଆଲୋକ ଜୋଶୀଙ୍କୁ ବୋର୍ଡର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି ।

ସରକାରଙ୍କ ଦ୍ୱାରା ପୁନର୍ଗଠିତ ଏନଏସଏବିରେ ସାତ ଜଣ ସଦସ୍ୟ ରହିବେ । ବୋର୍ଡରେ ତିନି ବାହିନୀର ଅବସରପ୍ରାପ୍ତ ଅଧିକାରୀ ରହିଛନ୍ତି । ପୂର୍ବତନ ପଶ୍ଚିମ ଏୟାର କମାଣ୍ଡର ଏୟାର ମାର୍ଶଲ ପିଏମ୍ ସିହ୍ନା, ପୂର୍ବତନ ଦକ୍ଷିଣ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂହ ଏବଂ ସାମରିକ ସେବାରୁ ଅବସରପ୍ରାପ୍ତ ଅଧିକାରୀ ରିଅର ଆଡମିରାଲ ମୋଣ୍ଟି ଖାନ୍ନା ସାମିଲ ହୋଇଛନ୍ତି । ଭାରତୀୟ ପୁଲିସ ସେବାରୁ ଅବସରପ୍ରାପ୍ତ ଦୁଇ ସଦସ୍ୟ ରାଜୀବ ରଞ୍ଜନ ବର୍ମା ଏବଂ ମନମୋହନ ସିଂହ ମଧ୍ୟ ବୋର୍ଡରେ ଅଛନ୍ତି । ଏହି ସାତ ଜଣିଆ ବୋର୍ଡରେ ଅବସରପ୍ରାପ୍ତ ଆଇଏଫଏସ ବି. ଭେଙ୍କଟେଶ ବର୍ମା ସାମିଲ ହୋଇଛନ୍ତି ।