ପାକିସ୍ତା କ୍ରିକେଟର ଅଫ୍ରିଦଙ୍କୁ ଶିଖର ଧାୱନଙ୍କ କଡା ଜବାବ୍…

କାର୍ଗିଲରେ ମଧ୍ୟ ତୁମେ ଏହି ସେନା ଦ୍ୱାରା ପରାସ୍ତ ହୋଇଥିଲ। ତୁମେ ପୂର୍ବରୁ ଏତେ ତଳକୁ ଖସିଯାଇଛ, ଆଉ କେତେ ତଳକୁ ଯିବ? ଅନାବଶ୍ୟକ ମନ୍ତବ୍ୟ ଦେବା ପରିବର୍ତ୍ତେ, ତୁମର ଦେଶର ପ୍ରଗତି ଉପରେ ଧ୍ୟାନ ଦେବା ଭଲ। ସୋସିଆଲ ମିଡିଆରେ ପାକିସ୍ତାନ କ୍ରିକେଟରଙ୍କୁ ଏପରି କିଛି କହି ଚର୍ଚ୍ଚାରେ ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ । କାରଣ ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ବୟାନ ଦେଇଥିଲେ ପାକିସ୍ତାନ କ୍ରିକେଟର ଅଫ୍ରିଦି। ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତୀୟ ସେନା ଏବଂ ଗଣମାଧ୍ୟମର କାମକୁ ଉପହାସ କରିଥିଲେ। ଏହାର ପ୍ରତି ଉତ୍ତରରେ ପୂର୍ବତନ ଭାରତୀୟ ଖେଳାଳି ଶିଖର ଧାୱନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ଉଚିତ ଜବାବ ଦେବା ସହିତ ବହୁତ କିଛି କହିଛନ୍ତି।


ତେବେ ନିକଟରେ ପାକିସ୍ତାନ କ୍ରିକେଟର ଅଫ୍ରିଦି ଏକ ଟିଭି ସାକ୍ଷାତକାରରେ କହିଥିଲେ ଯେ, କଶ୍ମୀରରେ ତୁମର ୮ ଲକ୍ଷ ସଶକ୍ତ ସେନା ମୁତୟନ ଅଛି ବୋଲି ଦାବି କରୁଛି। ହେଲେ ଏହା ସତ୍ତ୍ବେ ବି ଏହି ଆକ୍ରମଣ ଘଟିଛି। ଯଦି ତୁମେ ନିଜ ଲୋକମାନଙ୍କୁ ସୁରକ୍ଷା ଯୋଗାଇ ପାରୁ ନାହଁ, ତେବେ ତୁମେ ଅଯୋଗ୍ୟ। ଏହା ଆଶ୍ଚର୍ୟ୍ୟଜନକ ଯେ, ଆକ୍ରମଣର ଗୋଟିଏ ଘଣ୍ଟା ମଧ୍ୟରେ ସେମାନଙ୍କର ଗଣମାଧ୍ୟମ ବଲିଉଡରେ ପରିଣତ ହୋଇଗଲା। ଏହି ଲୋକମାନେ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରନ୍ତି ।


ଆଫ୍ରିଦଙ୍କର ଏହି କଥାରେ ଶିଖର ଧାୱନ ଏହି ଖେଳାଳିଙ୍କୁ କଡ଼ା ଜବାବ ଦେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଢ ରେ ଶାହିଦ ଆଫ୍ରିଦିଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, “କାର୍ଗିଲରେ ମଧ୍ୟ ତୁମେ ଏହି ସେନା ଦ୍ୱାରା ପରାସ୍ତ ହୋଇଥିଲ। ତୁମେ ପୂର୍ବରୁ ଏତେ ତଳକୁ ଖସିଯାଇଛ, ଆଉ କେତେ ତଳକୁ ଯିବ? ଅନାବଶ୍ୟକ ମନ୍ତବ୍ୟ ଦେବା ପରିବର୍ତ୍ତେ, ତୁମର ଦେଶର ପ୍ରଗତି ଉପରେ ଧ୍ୟାନ ଦେବା ଭଲ। ଆମେ ଆମର ଭାରତୀୟ ସେନା ଉପରେ ବହୁତ ଗର୍ବିତ। ଭାରତ ମାତା କି ଜୟ। ଜୟ ହିନ୍ଦ।”