ଭୁବନେଶ୍ୱର: ରାଜ୍ୟରେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବାର୍ଷିକ ଆବଶ୍ୟକତା 8 ଲକ୍ଷ 86 ହଜାର ମେଟ୍ରିକ ଟନ ରହିଛି | ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର |
ଓଡ଼ିଆ ବ୍ୟବସାୟୀ ମାନେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବିକ୍ରୟ କରୁଛନ୍ତି | ଏଥି ସହ ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରୁ ଗହମ ଓ ଗହମ ଜାତୀୟ ଦ୍ରବ୍ୟ ଆମଦାନୀ କରି ଆବଶ୍ୟକତା ପୂରଣ କରାଯାଉଛି | କେନ୍ଦ୍ର ସରକାର ଗହମର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା 150 ଟଙ୍କା କରିଛନ୍ତି | ଯେଉଁଥି ପାଇଁ ଖୋଲା ବଜାରରେ ଦର ସାମାନ୍ୟ ବୃଦ୍ଧି ପାଇଛି| କଳାବଜାରୀ ରୋକିବା ପାଇଁ ଉଭୟ ଓ କେନ୍ଦ୍ର ସରକାରଙ୍କ ଏନ୍ଫୋର୍ସମେଣ୍ଟ ଟିମ ଯାଞ୍ଚ କରୁଛନ୍ତି | ଜାନୁଆରୀ ଶେଷ ସୁଦ୍ଧା 44 ମିଲ ଉପରେ ଯାଞ୍ଚ କରାଯାଇଛି ବୋଲି ଗୃହକୁ ଅବଗତ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର|