ଅନାଥ ଏବଂ ଏକକ ପିତାମାତା ଶିଶୁଙ୍କ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତି

0

ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ  ବିଭାଗର ନିର୍ଦ୍ଦେଶ   ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ  ଶିଶୁଙ୍କ ପାଇଁ ଦିନଟିଏ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ  ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ  ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି  କମିଟି ଯଥା   ଜିଲ୍ଲା ସ୍ତରୀୟ  ଶିଶୁ  ସୁରକ୍ଷା  କମିଟି , କିଶୋରୀ  ସଶକ୍ତିକରଣ ଓ ବାଲ୍ୟବିବାହ  ପ୍ରତିରୋଧ  ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମହାପାତ୍ର ଅଧ୍ୟକ୍ଷତା କରି ଜିଲ୍ଲାରେ ଥିବା ସମସ୍ତ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କର ଥଇଥାନ ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ଜିଲ୍ଲାର ୧୦ଗୋଟି ବ୍ଲକ ରେ ଶିଶୁ ମଙ୍ଗଳ କମିଟି ର  କ୍ୟାମ୍ପ କୋର୍ଟ କରାଯାଇ ସମସ୍ତ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ବିଧିବଦ୍ଧ ଭାବରେ  ଉପସ୍ଥିତ କରାଇବା  ଓ ଜିଲ୍ଲାରେ ସମସ୍ତ  ଅଙ୍ଗନବାଡି ସ୍ତରରେ ଦାଦନ  ଶ୍ରମିକ ମାନଙ୍କର ତଥ୍ୟ ରଖିବା ପାଇଁ ନିସ୍ପତି  ନିଆ ଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ  ବୈଠକ  ପ୍ରାରମ୍ଭରେ ଜିଲ୍ଲା ର ସମସ୍ତ ବ୍ଲକ ଓ ୧୯୮ ଟି ଗ୍ରାମ ପଞ୍ଚାୟତ ଗୁଡିକରେ ଶିଶୁ ସୁରକ୍ଷା କମିଟି  ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଗଠନ ହୋଇଥିବାର ସୂଚନା ଦେଇ ଥିଲେ । ପରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ  ଦ୍ରୌପଦୀ କହଁର ନିଜର ବକ୍ତବ୍ୟ ରେ   ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ  ଯୋଜନା ବଦ୍ଧ କାର୍ଯ୍ୟକ୍ରମ   ପ୍ରସ୍ତୁତି   କରାଯାଇ ଗ୍ରାମ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ   ।  ପରେ ପରେ  ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ  ମାନଙ୍କର ସୁରକ୍ଷା  ଓ ବାଲ୍ୟ ବିବାହ ର   ସମ୍ପୂର୍ଣ ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା  ବିଭିନ୍ନ ପଦକ୍ଷପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ  ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ଉପଜିଲ୍ଲାପାଳ ପ୍ରକାଶ ପ୍ରକାଶ ଚନ୍ଦ୍ର ମିଶ୍ର ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ସନ୍ତୋଷ କୁମାର ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ , ଅତିରିକ୍ତ ଆରକ୍ଷୀ ଅଧିକାରୀ ଉଲ୍ଲାସ ମାଝୀ,ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,  ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷା ଅଜନ୍ତା ଶୁଭଦର୍ଶନି, ଜିଲ୍ଲା ର  ସମସ୍ତ ବିଡିଓ ଏବଂ ସିଡିପିଓ ତଥା  ବାଲ୍ୟ ବିବାହ ଅଧିକାରୀ , ଚାଇଲ୍ଡ ଲାଇନ ଜିଲ୍ଲା କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ    ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ  ଥଇଥାନ ଏବଂ  ବାଲ୍ୟ ବିବାହ ର  ସମାପ୍ତ ଦିଗରେ  ନିଜର ମତାମତ ପ୍ରଦାନ କରିଥିଲେ   । ଶେଷରେ  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।