୧୨ ଟା ୨୫ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧି । ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା ଦେଖାଦେଇଛି । ଗୃହର ମଧ୍ୟ ଭାଗକୁ ଆସି ବିଜେଡି ସଦସ୍ୟ ହଟ୍ଟଗୋଳ କରି ନାରାବାଜି କରିଛନ୍ତି । ବିଜେଡି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଯାହା ଫଳରେ ଗୃହ ସୁରୁଖୁରୁରେ ଚାଲିପାରି ନାହିଁ । ଏନେଇ ବାଚସ୍ପତି ଗୃହକୁ ୧୨ଟା ୨୫ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।