ଭୁବନେଶ୍ଵର:ବର୍ଷା ନେଇ ଟ୍ୱିନ୍ ସିଟିକୁ ଅରେଞ୍ଜ ଆଲର୍ଟ । ଏହା ସହ ୪ ଜିଲ୍ଲା ପୁରୀ , କଟକ, ଗଞ୍ଜାମ ଓ ଖୋର୍ଦ୍ଧାକୁ ମଧ୍ୟ ବିଜୁଳି ,ଘଡଘଡି ସହ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୧୦ ତାରିଖ ଯାଏଁ କୌଣସି ଜିଲ୍ଲାକୁ ବଡ ବର୍ଷା ନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡିଶା ଉପରେ ନଥିବାରୁ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ମୟୁରଭଞ୍ଜରେ ସର୍ବାଧିକ ୮୦.୪ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଭୁବନେଶ୍ଵର ସମତେ ବିଭିନ୍ନ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଜଗତସିଂହପୁର ଓ ପାରଳାଖେମୁଣ୍ଡିରେ ୩୭ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଭୁବନେଶ୍ଵରରେ ୩୫.୬ ଓ କଟକରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।