ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା

ରିପୋଟର୍ସ ଟୁଡେ;ଦୀପାଳିଙ୍କ ନାଁରେ ଏତଲା । ଖାଲି ପୂର୍ବତନ ବିଧାୟକ ଦୀପାଳି ଦାସଙ୍କ ନାଁରେ ନୁହେଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା ହୋଇଥିବା ସୂଚନା ମିଳିଛି । ଏହିି ଏତଲା ଦେଇଛନ୍ତି, ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏନଏଲସି କମ୍ପାନୀ କର୍ତ୍ତୃପକ୍ଷ । ସୂଚାନ ମୁତାବକ, ଶୁକ୍ରବାର ବିସ୍ଥାପିତଙ୍କ ସମସ୍ୟା ନେଇ ଏନଏଲସି କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ । ଏହାକୁ ନେଇ ଆଜି ଏନଏଲସି କମ୍ପାନୀ ପକ୍ଷରୁ ଠେଲକୁଲି ଥାନାରେ ମାମଲା ଦାୟଲ କରିଥିଲେ ।ଏହାକୁ ଆଧାର କରି ଝାରସୁଗୁଡାରେ ପୂର୍ବତନ ବିଧାୟକ ଦୀପାଳି ଦାସ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାମରେ ମାମଲା ଦାୟର କରିଛି ପୋଲିସ।