ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ପୁଅର କାଠ ଫାଳିଆରେ ମା ମୃତ ଝିଅ ଗୁରୁତର । ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଘଟିଛି ଏକ ଅଭାବନିୟ ଘଟଣା । ମା ଓ ଭଉଣି କୁ କାଠ ଫାଳିଆ ରେ ଆକ୍ରମଣ କଲା କୁଳାଙ୍ଗାର ପୁଅ । ଆକ୍ରମଣରେ ମା ଗୁରୁବାରି ମୁଣ୍ଡା ମୃତ ହୋଇଥିବା ବେଳେ ଝିଅ ପାନୁମତି ମୁଣ୍ଡା ଗୁରୁତର ରହିଛି । ଝିଅକୁ ଗୁରୁତର ଅବସ୍ଥାରେ ବାସୁଦେବ ପୁର ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏହି ଘଟଣା ଘଟାଇ ଥିବା ଅମାନୁସିକ ପୁଅ
ସିମ୍ଲ୍ଲା ମୁଣ୍ଡା କୁ କାବୁ କରି ଗ୍ରାମବାସୀ ପୁଲିସ୍ କୁ ଜିମା ଦେଇଛନ୍ତି । ତେବେ ସିମ୍ଲ୍ଲା ମୁଣ୍ଡା ଏପରି କାଣ୍ଡ କାହିଁକି ଘଟାଇଲେତାହା କିଛି ଜଣା ପଡ଼ିନାହିଁ । ଯୋଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ବିନ୍ ଆରମ୍ଭ ଚଳାଇଛି ।