ହିଜାବ ପ୍ରସଙ୍ଗ: ସୁପ୍ରିମ କୋର୍ଟ ପଚାରିଲେ ଟିକିଲି ଉପରେ ଲାଗିବ କି ପ୍ରତିବନ୍ଧକ ?

ନୂଆଦିଲ୍ଲୀ : କଲେଜରେ ହିଜାବକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ମତ । କୋର୍ଟ କହିଛନ୍ତି, ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏପରି ବାରଣ ଦୁର୍ଭାଗ୍ୟପୂର୍ଣ୍ଣା ମୁମ୍ବାଇର ଏକ କଲେଜରେ ହିଜାବ ଉପରେ ଲାଗିଥିବା ବ୍ୟାନ ପ୍ରସଙ୍ଗରେ ଆଜି ଶୁଣାଣି କରି ଏପରି କହିଛନ୍ତି । ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ବ୍ୟାନ ନର୍ଦ୍ଦେଶ ଉପରେ ନିଷିଧାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟ କହିଛନ୍ତି, କଲେଜକୁ କେହି ବିନ୍ଦି ବା ତିଲକ ଲଗେଇ ଆସିଲେ କଣ ତାଙ୍କୁ ରୋକି ଦିଆଯିବ । ଏହି ପ୍ରସଙ୍ଗରେ କୋର୍ଟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଜବାବ ତଲବ କରିଛନ୍ତି ।
ଜଷ୍ଟିସ ସଞ୍ଜୟ କୁମାର କହିଛନ୍ତି, ମହିଳାଙ୍କୁ କିପରି ସେମାନେ କଣ ପିନ୍ଧୁଛନ୍ତି କହି ସଶକ୍ତ କରିବେ ? ଏହି ମାମଲାରେ ଯେତେ କମ କହିବ, ସେତିକି ଭଲା ମହିଳାଙ୍କ ପାଖରେ କୋଉଠି ବିକଳ୍ପ ଅଛି? ଏହା ଉପରେ କଲେଜ ପକ୍ଷରୁ କୁହାଯାଇଥିଲା କି ଏହି ସମ୍ପ୍ରଦାୟର ଅନ୍ୟ ଛାତ୍ରୀଙ୍କୁ କୌଣସି ଆପତ୍ତି ନାହିଁ । ଯାହା ଉପରେ କୋର୍ଟ ପ୍ରଶ୍ନ କରିଥିଲେ କି, ଆପଣ ଏମିତି ବିଜ୍ଞପ୍ତି କେମିତି ଜାରି କରୁଛନ୍ତି ? ମହିଳାଙ୍କ ପୋଷକ ଉପରେ ପ୍ରତିବନ୍ଧକ ଲଗେଇ ସେମାନଙ୍କୁ କେମିତି ସଶକ୍ତ କରାଯିବ ତା ଉପରେ ପ୍ରଶ୍ନ କରିଛନ୍ତି କୋର୍ଟ ।