ସିବିଆଇ ମାମଲାରେ ମନୀଷ ସିସୋଦିଆଙ୍କୁ ଜୁଲାଇ ୬ପର୍ଯ୍ୟନ୍ତ ଜେଲ ହେପାଜତକୁ ପଠାଇଲେ ରାଉଜ ଆଭିନ୍ୟୁ କୋର୍ଟ

ନୂଆଦିଲ୍ଲୀ:   ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ମିଳିନି ଆଶ୍ୱସ୍ତି ।  ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ମାମଲା ରୁଜୁ କରିଥିଲା । ଏହାର ସୁଣାଣି କରି ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଜେଲ ହାଜତକୁ ପଠାଇ ଦେଇଛନ୍ତି ।  ସିସୋଦିଆଙ୍କ  ସହ ଅନ୍ୟ  ଅଭିଯୁକ୍ତମାନଙ୍କର ମଧ୍ୟ ବିଚାର ବିଭାଗୀୟ  ହାଜତ ଅବଧିକୁ କୋର୍ଟ ବୃଦ୍ଧି କରିଛନ୍ତି । ସିସୋଦିଆଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରଥମେ ଇଡି ଗିରଫ କରିଥିଲା। ଏହାପରେ ସେ ସିବିଆଇ ଦ୍ୱାରା ମଧ୍ୟ ଗିରଫ ହୋଇଥିଲେ। ସିବିଆଇ ଓ ଇଡି ଉଭୟ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଫାଇଦା ଦେବା ପାଇଁ ଅବକାରୀ ନୀତି ପ୍ରଣୟନ କରାଯାଇଥିଲା। ଏଥିପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିଲା ଓ ଆପ୍ର ବିରିଷ୍ଠ ନେତାମାନେ ଏହାର ଫାଇଦା ହାସଲ କରିଥିଲେ ଉଭୟ ତଦନ୍ତକାରୀ ସଂସ୍ଥା ଦାବି କରିଛନ୍ତି। ଏହି ଘଟଣାରେ ସିବିଆଇ ୨୦୨୩ ମସିହା ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା।