ହିନ୍ଦୋଳ/ ଗୌତମ ମୁଦୁଲି: ଆଜିର ଆଧୁନିକ ସଭ୍ୟ ସମାଜର ମଣିଷ କେବଳ ନିଜ ପାଇଁ ଖଣ୍ଡେ ଭଲ ଘର, ଭଲ ଗାଡି ଏବଂ ଟଙ୍କା ପଛରେ ଗୋଡ଼େଇ ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରିବାରେ ବ୍ୟସ୍ତ।ହେଲେ ଆଜିବି ସମାଜରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସମାଜ ପାଇଁ ନିଜର ବହୁମୂଲ୍ୟ ସମୟ ଦେଇ ପ୍ରତ୍ୟେକ କ୍ଷେତ୍ରରେ ସମାଜସେବା ରେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ତେବେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଏମିତି ଏକ ଅନୁଷ୍ଠାନ ଅଛି ଯେଉଁ ଅନୁଷ୍ଠାନ ସମାଜସେବା ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ହିନ୍ଦୋଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଯେଉଁ ଅନୁଷ୍ଠାନ ର ନାମ ହେଉଛି “ଛୋଟ ଏକ ପ୍ରୟାସ”। ତେବେ ୨୦୧୯ ମସିହା ନଭେମ୍ବର ୨୪ ତାରିଖରେ ଆରମ୍ଭ ହୋଇଥିଲା ଏହି ଅନୁଷ୍ଠାନ।ଏହି ଅନୁଷ୍ଠାନ ର ସଭାପତି ଦାୟିତ୍ୱରେ ପ୍ରଭାତ ବିଶ୍ବାଳ, ସମ୍ପାଦକ ଅରବିନ୍ଦ ବେହେରା, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଥିବାବେଳେ ଆରମ୍ଭରୁ ଆଜିପର୍ଯ୍ୟନ୍ତ୍ ଧୀରେ ଧୀରେ ଅନୁଷ୍ଠାନ ର ସଦସ୍ୟ ମାନେ ମଧ୍ୟ ବୃଦ୍ଧି ହୋଈ ବର୍ତମାନ ମୋଟ ୧୩୮ ଜଣ ସଦସ୍ୟ ଏହି ଅନୁଷ୍ଠାନରେ ଯୋଗ ଦେଇଛନ୍ତି। ତେବେ ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହେଲା ପ୍ରତ୍ୟେକ ସଦସ୍ୟ ନିଜ ଜୀବନକୁ ସମାଜସେବାରେ ନିୟୋଜିତ କରିବା। ହିନ୍ଦୋଳର ବିଭିନ୍ନ ଅଞ୍ଚଳରୁ ଅନେକ ପୁରୁଷ ଏବଂ ମହିଳା ଏହି ଅନୁଷ୍ଠାନରେ ଜଡ଼ିତ ଅଛନ୍ତି। ବିଭିନ୍ନ ସମୟରେ ହିନ୍ଦୋଳର ବିଭିନ୍ନ ଅଞ୍ଚଳରେ କେଉଁଠି ଅସହାୟ ଗରିବ ପରିବାରକୁ ସହାୟତା ପ୍ରଦାନ କରିବା ହେଉ ଅବା କେଉଁଠି ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିବା ହେଉ ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଏକ ପ୍ରୟାସ ସଂଗଠନର ସଦସ୍ୟ ମାନେ ଯଥା ସମ୍ଭବ ସାହଯ୍ୟ ସହଯୋଗର ହାତ ବଢ଼ାଇ ଥାଆନ୍ତି। କେବଳ ସେତିକି ନୁହେଁ କରୋନା ସମୟରେ କେଉଁଠି ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ ହେଉ ଅବା କେଉଁଠି ମାସ୍କ ବଣ୍ଟନ ହେଉ ସବୁରି କ୍ଷେତ୍ରରେ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏହି ଅନୁଷ୍ଠାନର ସଦସ୍ୟ ମାନେ। ତେବେ ହିନ୍ଦୋଳ ଅଞ୍ଚଳରେ ଗଢି ଉଠିଥିବା ଛୋଟ ଏକ ପ୍ରୟାସ ନାମକ ଏହି ଅନୁଷ୍ଠାନକୁ ବିଭିନ୍ନ ଅଞ୍ଚଳରୁ ଲୋକମାନଙ୍କର ପ୍ରଶଂସାର ସୁଅ ଛୁଟିଛି। ତେବେ ସମାଜର ପ୍ରତ୍ୟେକ ମଣିଷ ନିଜର କର୍ମମୟ ଜୀବନରୁ କିଛି ସମୟ ସମାଜ ସେବାରେ ନିୟୋଜିତ କରିବା ପାଇଁ ଅନୁରୋଧ କହିଛନ୍ତି ଅନୁଷ୍ଠାନର ସଭାପତି ପ୍ରଭାତ ବିଶ୍ବାଳ।