ଶ୍ରୀଜୀଉ ଦୋଳ ବେଦୀରେ ପ୍ରବେଶ କରିବା ପରେ ସମ୍ପନ୍ନ ହୋଇଛି ଦୋଳ ଝୁଲଣ ନୀତି

କଣ୍ଟାପଡ଼ା / ଗୁରୁ ମହାପାତ୍ର : କଟକ ଜିଲ୍ଲା ବାରଙ୍ଗ ବ୍ଲକ ୩୩ ନଂ ଜୋନ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଦୋଳଯାତ୍ରା ଶେଷ ହୋଇଛି । ଦୋଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ମଦନ ମୋହନ, ରାଧା ଗୋପୀନାଥ ବିଜେକରି ଭୋଗ ଖାଇବା ସହ ମେଳଣ କରି ଫଗୁ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ଦୋଳ ବିମାନରେ ବିଜେ କରିଥିବା ଶ୍ରୀଜୀଉ ଦୋଳ ବେଦୀରେ ପ୍ରବେଶ କରିବା ପରେ ଦୋଳ ଝୁଲଣ ନୀତି ସମ୍ପନ୍ନ ହୋଇଛି ।ବିଭିନ୍ନ ଗ୍ରାମର ଲୋକେ ଦୋଳ ବେଦୀରେ ମଦନ ମୋହନ ଓ ରାଧା ଗୋପୀନାଥଙ୍କୁ ଦର୍ଶନ କରିବା ସହ ଶ୍ରୀଜୀଉଙ୍କ ପାଦରେ ଅବିର ଲାଗି କରିଥିଲେ।ରାତ୍ରୀରେ ଶ୍ରୀଜୀଉ ମାନଙ୍କୁ ଯମୁନା ସ୍ନାନ କରାଯିବା ପରେ ମନ୍ଦିରକୁ ବିଜେ କରାଯିବାର ବିଧି ରହିଛି ।ଦୋଳ ଉତ୍ସବ ପାଳନ ଅବସରରେ ସମଗ୍ର ପଲ୍ଲୀ ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଥିଲା। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଭାଇଚାରାର ପର୍ବକୁ ଲୋକେ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।