ଆଜି ଠାରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ  ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ । ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌‌ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌‌ଲାଇନରେ ହେବ। ସମୁଦାୟ ୬୯ଟି ଜୋନ୍‌‌ରେ ଅଫ୍‌‌ଲାଇନ ମୂଲ୍ୟାୟନ ଓ ୪୧ଟି ଜୋନ୍‌‌ରେ ଅନ୍‌‌ଲାଇନ୍‌‌ ମୂଲ୍ୟାୟନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।  ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ । ତେବେ ପ୍ରଥମ ପ୍ରକ୍ରିୟା ଖାତାଦେଖା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ । ୨ୟ ପର୍ଯ୍ୟାୟରେ ଖାତାଦେଖା ୪ ଏପ୍ରିଲରୁ ଆରମ୍ଭ ହୋଇ ୧୫ ଏପ୍ରିଲ ଯାଏ ଚାଲିବ । ମୂଲ୍ୟାୟନ ପାଇଁ ୬୯ଟି ଅଫଲାଇନ୍‍ ଓ ୪୧ଟି ଅନଲାଇନ ସେଣ୍ଟର କରାଯାଇଛି । ମୋଟ ୨୮ଶହ ଅଧ୍ୟାପକ ଓ ଅଧ୍ୟାପିକା ଏଥିପାଇଁ ନିଯୁକ୍ତି ହୋଇଛନ୍ତି । ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ସାରି ମେ’ ୧୫ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।