କମିଶନରେଟ ପୁଲିସ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସର ୧୮ ଜଣ ସବ୍ ଇନ୍ସପେକ୍ଟର ଓ ୫ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସଆଇ)ଙ୍କ ବଦଳି
ଭୁବନେଶ୍ୱର; କମିଶନରେଟ୍ ପୋଲିସରେ ଅଦଳବଦଳ । ଖାରବେଳ ନଗର ଥାନାର ସ୍ୱୟଂପ୍ରକାଶ ମହାନ୍ତିଙ୍କୁ ଭରତପୁର ଥାନା, ଖଣ୍ଡଗିରି ଥାନାର ବାଦଲ କୁମାର ବରାଳଙ୍କୁ ଡିସିପି ଅଫିସକୁ ପଠାଯାଇଛି । ଭରତପୁର ଥାନାର ସତ୍ୟବ୍ରତ ଗ୍ରହାଚାର୍ୟ୍ୟଙ୍କୁ ଲକ୍ଷ୍ମୀସାଗର ଥାନା, ଲକ୍ଷ୍ମୀସାଗର ଥାନାର ରମାନନ୍ଦ ସାହୁଙ୍କର ବାଲିଅନ୍ତା ଥାନାକୁ ବଦଳି ହୋଇଛି । ବନମାଳୀପୁର ଫାଣ୍ଡିର ହରେକୃଷ୍ଣ ପ୍ରଧାନଙ୍କର କ୍ୟାପିଟାଲ ଥାନାକୁ ବଦଳି କରାଯାଇଛି ।କମିଶନରେଟ ପୁଲିସ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସର ୧୮ ଜଣ ସବ୍ ଇନ୍ସପେକ୍ଟର ଓ ୫ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସଆଇ)ଙ୍କ ବଦଳି ହୋଇଛି । ରିଜର୍ଭ ଅଫିସରେ ଥିବା ୧୦ ଜଣ ଏସ୍ଆଇ ଓ ୪ଜଣ ଏଏସ୍ଆଇ ବିଭିନ୍ନ ଥାନାରେ ଅବସ୍ଥାପିତ ହୋଇଛନ୍ତି । କ୍ୟାପିଟାଲ ଥାନାରେ କାର୍ୟ୍ୟରତ ଯୁଗଳ ସ୍ୱାଇଁଙ୍କୁ ବନମାଳୀପୁର ଫାଣ୍ଡିକୁ ବଦଳି କରାଯାଇଛି ।ଚନ୍ଦ୍ରଶେଖରପୁର ଥାନାର ଧରଣୀଧର ପିଙ୍ଗଙ୍କୁ ନିର୍ବାଚନ ସେଲ୍, ଜଟଣୀ ଥାନାରେ କାର୍ୟ୍ୟରତ ସ୍ୱାତୀସ୍ନିଗ୍ଧା ନାୟକଙ୍କର ପାହାଳ ଥାନାକୁ ବଦଳି ହୋଇଛି । ଶୁଭେନ୍ଦୁ ଶେଖର ସାହୁଙ୍କୁ ଖାରବେଳନଗର ଥାନା, ଜଗନ୍ନାଥ ନାୟକଙ୍କୁ ଲକ୍ଷ୍ମୀସାଗର ଥାନା, ବିଭୁନାରାୟଣ ସାହୁଙ୍କୁ ଧଉଳି ଥାନା, ଉମାକାନ୍ତ ସାହୁଙ୍କୁ ତମାଣ୍ଡୋଥାନା, ସନ୍ତୋଷ କୁମାର କରଙ୍କୁ ଶ୍ରୀଲିଙ୍ଗରାଜ ଥାନା, ନବଘନ ସାହୁଙ୍କୁ ଭୁବନେଶ୍ୱର ସଦର କୋର୍ଟ, କ୍ଷେମେନ୍ଦ୍ର ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ବଡ଼ଗଡ଼ ଥାନା, ମିର୍ଜା ଅନୱର ବାଗଙ୍କୁ ଡିଆଇବିକୁ ବଦଳି କରାଯାଇଛି ।