ବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମ

0

ମୁମ୍ବାଇ  : ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଜଣେ କ୍ରିକେଟ୍ର ଭାବେ ଏପରି ଉପଲବ୍ଧି ହାସଲ କରିବାରେ ବିରାଟ ସାଜିଛନ୍ତି ପ୍ରଥମ ଖେଳାଳି । ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ରୁ ଅଧିକ ରନ୍ ହାସଲ କରିବାରେ ନୂଆ କୀର୍ତ୍ତିମାନ କରିଛନ୍ତି ବିରାଟ । ଆଉ କିମ୍ବଦନ୍ତୀ ବ୍ୟାଟର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି ।

ବିରାଟ କୋହଲି ସବୁଠୁ ଅଧିକ ୭ଥର ଏହି କୀର୍ତ୍ତିମାନ ହାସଲ କରିଛନ୍ତି । କୋହଲି ୨୦୧୨ରେ ୨୧୮୬ ରନ୍ ହାସଲ କରିଥିଲେ । ଏହାପଛକୁ ୨୦୧୪ରେ ୨୨୮୬ ରନ୍ । ସେଇପରି ୨୦୧୬ରେ ୨୫୯୫ ରନ୍ କରିଥିଲେ। ଏହାପଛକୁ ୨୦୧୭ରେ ୨୮୧୮ ରନ୍ ସେହିପରି ୨୦୧୮ରେ ୨୭୩୫ ରନ୍ହାସଲ କରିଥିଲେ । ୨୦୧୯ରେ ୨୪୫୫ ରନ୍ କରିଥିଲେ ଶେଷରେ ୨୦୨୩ରେ ୨୦୪୮ ରନ୍ ସଂଗ୍ରହ କରିଛନ୍ତି ।

ପୂର୍ବରୁ ଏହି ରେକର୍ଡ ସଙ୍ଗାକାରାଙ୍କ ନାଁ ରେ ରହିଥିଲା । ଲଗାତର ୬ଟି କ୍ୟାଲେଣ୍ଡର ବର୍ଷରେ ୨ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ୨୦୧୩ ରୁ ୨୦୦୪ରେ ପର୍ଯ୍ୟନ୍ତ ୨୦୦୦ରୁ ଅଧିକ ରନ କରିଥିଲେ । ଏହି ତାଲିକାରେ ଆଉ ଜଣେ ଶ୍ରୀଲଙ୍କା ବ୍ୟାଟସମ୍ୟାନ୍ ମାହେଲା ଜୟବର୍ଦ୍ଦନେ ରହିଥିଲେ । ସେ ଲଗାତର ଭାବେ ୫ ବର୍ଷ ୨ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ ।