ଚାଷୀ ହେବେ ଉପକୃତ

ବର୍ଷାଊତୁ ପରେ ମଧ୍ୟ ରହିବ ନାହିଁ ଜଳସଂକଟ

ନଦୀଗର୍ଭରେ ହେବ ଜଳାଶୟ ପ୍ରକଳ୍ପ
ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟ ଚାଷୀ ଓ ମତ୍ସ୍ୟଜୀବୀ ମାନଙ୍କ ପାଇଁ ନିଆଯାଇଛି ପଦକ୍ଷେପ । କଟକ ଜିଲ୍ଲାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ନଦିଗର୍ଭ ଜଳାଶୟ ପ୍ରକଳ୍ପ । ଏହା ଦ୍ୱାରା ଉଭୟ ବାଙ୍କୀ ଓ ବଡମ୍ବାର ପ୍ରାୟ ୩ଲକ୍ଷ ଲୋକ ଉପକୃତ ହେବେ । ନା କୌଣସି ଜମି ଅଧିଗ୍ରହଣ ଆବଶ୍ୟକତା ପଡିବ ନା ଜଙ୍ଗଲ ଓ ପରିବେଶର ଅନୁମତି ଦରକାର । କିନ୍ତୁ ସବୁ ସମୟରେ ନଦୀରେ ରହିବ ପାଣି । ‘ଟି’ ସେତୁ ଠାରୁ କିଛି ଦୂରରେ ହେବାକୁ ଥିବା ଏହି ପ୍ରକଳ୍ପ ର ରୂପରେଖ ଏକ ବ୍ୟାରେଜ୍ ଭଳି ହେବ । ଏ ବାବଦରେ ଜଳସଂପଦ ବିଭାଗ ଖର୍ଚ୍ଚ କରିବ ୩୫୦କୋଟି ଟଙ୍କା । ବଡମ୍ବା ଓ ବାଙ୍କୀର ମଧ୍ୟଭାଗ ଅଞ୍ଚଳରେ ଏହି ପ୍ରକଳ୍ପ ହେବାଦ୍ୱାରା ଜିଲ୍ଲାର ୨ ବ୍ଲକ୍ର ଚାଷୀ ଏବଂ ମତ୍ସ୍ୟଜୀବୀ ମାନେ ସିଧାସଳଖ ଏହାର ଲାଭ ପାଇପରିବେ । ନଦୀ ପାର୍ଶ୍ୱରେ ଲାଗି ରହିି ବି ଏହି ୨ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ବର୍ଷା ଊତୁ ବାଦ୍ ଅନ୍ୟ ସମୟରେ ଜଳସଂକଟର ସମ୍ମୁଖୀନ ହୋଇଥାନ୍ତି ।ଉପର ମୁଣ୍ଡରୁ ଜଳପ୍ରବାହ କମିଲେ ସମସ୍ୟା ଉପୁଜେ । ସେଚନ ପ୍ରକଳ୍ପ ମାଧ୍ୟମରେ ଯଦିଓ କିଛି ଅଞ୍ଚଳ ସମସ୍ୟାରୁ ମୁକୁଳିଯାଏ,ତଥାପି ସେଚନ ପ୍ରକଳ୍ପ ନଥିବା ଅଞ୍ଚଳରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଚାଷୀ । ଆଉ ଗୋଟିଏ ପଟରେ ମତ୍ସ୍ୟଜୀବୀ ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୁଏ । ଏଥିରେ ବଡମ୍ବା ଗୋପୀନାଥପୁର,ମୁଗଗହିରି,ବାଙ୍ଗରସିଂହା,ମଙ୍ଗରାଜପୁର,ପଣ୍ଡାବିଶ୍ୱନାଥପୁର ଏବଂ ବାଙ୍କୀ ବ୍ଲକ୍ର ବୈଦେଶ୍ୱର ,କଳାପଥର,କେନ୍ଦୁପଲ୍ଲୀ,ଜଗନ୍ନାଥପୁର,ବଳଭଦ୍ରପୁର,କାଇପୋଇ,ଖଜୁରୀପଦା ପ୍ରମୁଖ ଅଞ୍ଚଳ ଅନ୍ତର୍ଭୁକ୍ତ । ଏବେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ କାର୍ଯ୍ୟକାରୀ ହେବାପରେ ଏ ସମସ୍ୟା ସବୁଦିନ ପାଇଁ ଦୂର ହେବ । ଏହି ପ୍ରକଳ୍ପ ଦ୍ୱାର ବର୍ଷର ଅଣମୌସୁମୀ ୭ ମାସ ପାଣି ଜନିତ କୌଣସି ଅସୁବିଧା ରହିବ ନାହଁ । ନଦୀରେ ପାଣି କମିଲେ ଏହି ଜଳକୁ ତଳମୁଣ୍ଡକୁ ଛଡାଯିବ ।ଯାହାଫଳରେ ଚାଷକାର୍ଯ୍ୟ,ମତ୍ସ୍ୟପାଳନ ସହିତ ପଶୁପାଳନ,ପିଇବା ପାଣି ୍ଯୋଗାଣ ପ୍ରଭାବିତ ହେବନାହିଁ । ପ୍ରକଳ୍ପ କାର୍ଯ୍ୟକାରୀ ହେବାପରେ ୨ବ୍ଲକ୍ ରେ ୩ ଲକ୍ଷ ଲୋକ ଉପକୃତ ହେବେ । ପ୍ରକଳ୍ପ ପାଇଁ ବୈଷୟିକ ସର୍ଭେ ଶେଷ ହେଇଥିବା ବେଳେ କିଛିଦିନ ମଧ୍ୟରେ ଡିପିଆର୍ ମଧ୍ୟ ଚୂଡାନ୍ତ ହୋଇଯିବ । ୫ଟି ଅଦ୍ଧକ୍ଷ ବାଙ୍କୀ ଓ ବଡମ୍ବା ଗସ୍ତ ସମୟରେ ଏ ସମ୍ପର୍କରେ ପ୍ରସ୍ତାବ ପାଇଥିଲେ । ପରେଏହାକୁ ବିଚାରକୁ ନିଆଯାଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମିଳିଛି ସୂଚନା ଯୋଗ୍ୟ ,ପୂର୍ବରୁ ଉଭୟ ବାଙ୍କୀ ଓ ବଡମ୍ବାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ।ଏହାଦ୍ୱାରା ଲୋକଙ୍କୁ ୨୪ ଘଣ୍ଟିଆ ପିଇବା ନିଶ୍ଚିତ କରଯାଇଛି । ଆଉକିଛିଦିନ ଭିତରେ ଘରକୁ ଘର ଲୋକେ ପାଣି ପାଇପାରିବେ ।