ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ନୂତନ କନଫେରାନ୍ସ ହଲ ଠାରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ,ଡି.ଆଇ. ସି ମେନେଜର ସୁନା ରାମ ସିଂ, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ,ଓଏଲ ଏମ୍ ର ଡି ପି ଏମ୍, ସହକାରୀ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପ୍ରମୁଖ ମଞ୍ଚାସିନ ଥିଲେ। ଗୋଶାଣୀ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଗୁମ୍ମା ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦିଲ୍ଲୀପ କୁମାର ଡିଙ୍ଗଲ ଛତୁ ଚାଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଶୀ ନଗର, ଗୁମ୍ମା, ରାୟଗଡ ଓ ଗୋଶାଣୀ ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକ ଦିନିଆ ଛତୁ ଚାଷ ତାଲିମ ପ୍ରଦାନ କରାଯାଇଛି।ଏହି ଛତୁ ଚାଷ ପ୍ରଶିକ୍ଷଣ ପରେ ମହିଳା ମାନେ ନିଜେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରି ନିଜର ଅର୍ଥନୈତିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ବୋଲି ସରକାରଙ୍କ ଏକ ପ୍ରୟାସ ବୋଲି ଅତିଥିମାନେ ନିଜର ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।