ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ବଣଭୋଜୀ ଋତୁ ଆରମ୍ଭ ହୋଇଛି । ବଣଭୋଜୀସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ୟୁଥଫରୱାଟର ସହଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଣଭୋଜୀସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୮ଟି ଜିଲ୍ଲାର ୧୦୦ଟି ବଣଭୋଜୀ ସ୍ଥଳକୁ ଚିହ୍ନଟ କରାଯାଇଛି । ଏହି ଅଭିଯାନ ବଳରେ ବଣଭୋଜୀସ୍ଥଳରେ ଲୋକଙ୍କୁ ସଚେତନାତା କରାଯିବ । ସ୍ଥାନୀୟ ସ୍ବେଚ୍ଛାସେବୀ, ଇକୋ କ୍ଲବ, ଏସଏଚଜି, ଡିଇଏସ ଏବଂ ପଂଚାୟତଗୁଡ଼ିକ ସହଯୋଗ କରିବେ ।
ଅନୁଗୁଳ ଜିଲ୍ଲାର କେତକୀଝରଣ, ତାଳଚେର ବେଉଳାଝର ମଠ, ଡେରଜାଙ୍ଗ ଡ୍ୟାମ ଓ ବେଳପୁଞ୍ଜି ମଠକୁ ପ୍ଲାଷ୍ଟିକ ମୁକ୍ତ ବଣଭୋଜୀସ୍ଥଳରେ ସାମିଲ କରାଯାଇଛି । ବାଲେଶ୍ବର ଜିଲ୍ଲାର ବିଚିତ୍ରପୁର, ରିସିଆ, ଚାନ୍ଦିପୁର, ବରଗଡ଼ ଜିଲ୍ଲାର ନରସିଂହନାଥ ମନ୍ଦିର, ପଥରସେନୀ ମନ୍ଦିର, ତୁରୁଙ୍ଗାସ୍ଥିତ ବୈଷ୍ଣୋଦେବୀ ମନ୍ଦିର, ଭଦ୍ରକ ଜିଲ୍ଲାର ଇରମ, ଗୋହିରାଟିକିରି, ଆଦମପୁର, ବଲାଙ୍ଗୀର ଜିଲ୍ଲାର ଭୀମ ଡୁଙ୍ଗୁରୀ ଇକୋ ଟୁରିଜିମ, କୁମୁଡ଼ାପାହାଡ଼, ଗାଈଖାଇ ଇକୋଟୋରିଜିମ, ବୌଦ୍ଧ ଜିଲ୍ଲାର ରାମଗଡ଼, ବଲାସିଂହା, କୁଲାରୀକୁଡ଼, କଟକ ଜିଲ୍ଲାର ସରଣ୍ଡା ହିଲଟପ, ଅଂଶୁପା ଦେଓଝର, ଚଣ୍ଡୀଖୋଳ ଓଳାଶୁଣୀ, ସୁକିନ୍ଦା ଧଳଟନଗଡ଼, ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ, ଦେବଝରଣ ଜଳପ୍ରପାତ, ଗୁଗୁଡ଼ା ଜଳପ୍ରପାତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯୋଜନା କରାଯାଇଛି ।
ସେହିପରି ଢେଙ୍କାନାଳ ଜିଲ୍ଲାରସାପୁଆ, ସପ୍ତଶଯ୍ୟା ଓ ଦଣ୍ଡାଧାର, ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ, ମହେନ୍ଦ୍ର ଗିରି ପାହାଡ଼, ତପ୍ତପାଣି, ଗଂଜାମ ଜିଲ୍ଲାର ଘୋଡ଼ାହାଡ ଇକୋଟୋରିଜିମ, ସୋନପୁର ବେଳାଭୂମି ଅଞ୍ଚଳ, ନାରାୟଣୀ ମନ୍ଦିର, ବୁଦ୍ଧଖୋଲ , ବ୍ଲାକବୁକ ନେଚର କ୍ୟାମ୍ପ, ଝାରସୁଗୁଡ଼ାର ରାମ୍ପାଲୁଗା ହୀରାକୁଦ ଜଳଭଣ୍ଡାର ଅଞ୍ଚଳ, କୋଇଲିଘୁଗାର ଜଳପ୍ରପାତ, ଇକୋ-ପାର୍କ ମାଳିମୁଣ୍ଡା, କଳାହାଣ୍ଡି ଜିଲ୍ଲାର ହେଲୋ ପଏଣ୍ଟ, ରାବଣାଧାର, ସୋସପଡାର, ମାଣିକେରା, କନ୍ଧମାଳ ଜିଲ୍ଲାର ପୋକଡ଼ାଝର, ନେଚର ପାର୍କ, ମେଦୁବନ୍ଧ ଜଳପ୍ରପାତ, ଲୁଡୁ ଜଳପ୍ରପାତ, କେନ୍ଦ୍ରାପଡ଼ା ଜିଲାର ସିଆଳି ବେଳାଭୂମି, କେନ୍ଦୁଝର ଜିଲ୍ଲାର ବଡ଼ଘାଗରା ଜଳପ୍ରପାତ, ସାନଘାଗରା ଜଳପ୍ରପାତ, ଖଣ୍ଡାଧାର ଜଳପ୍ରପାତ ରହିଛି ।ଖୋର୍ଦ୍ଧା ଜିଲ୍ଲା ଡେରାସ, ଝୁମୁକା, ଡମପଡ଼ା, ବେରବା ଇକୋ-ଟୁରିଜିମ, ସାଲିଆ ଡ୍ୟାମ୍, ବରୁଣେଇ ମନ୍ଦିର, ଆନନ୍ଦବଣ, ପାତ୍ରପଡ଼ା ଏମପିକେସି, କେରାପୁଟ ଜିଲ୍ଲାର ଗୁପ୍ତେଶ୍ବର, ନନ୍ଦପୁର ରାଣୀଡୁମଡୁମା, ଦେଓମାଳି ହିଲଟପ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସତୀଗୁଡ଼ା ଡ୍ୟାମ୍, ମୟୂରଭଂଜ ଜିଲ୍ଲାର ଭୀମକୁଣ୍ଡ ଇକୋ ଟୁରିଜିମ, ଭୈରବ କୁଣ୍ଡ, ବରେଇପାଣୀ ଜଳପ୍ରପାତ, ସୀତାକୁଣ୍ଡ, ଦେବକୁଣ୍ଡ, ଜମ୍ବିରା ସଂରକ୍ଷିତ ଦେଉଳି ବଣଭୋଜୀସ୍ଥଳ, ଦେବକୁଣ୍ଡ ବଣଭୋଜୀ ସ୍ଥଳ, ବାଡଜୋଡ ସଂରକ୍ଷିତ ବଣଭୋଜୀ ସ୍ଥଳ, ନବରଂଗପୁର ଜିଲ୍ଲା ଝରିଗାଁର ଚନ୍ଦନଧରା, କେଲିଆ ଶିବ ମନ୍ଦିର, ତେନ୍ତୁଳିଖୁଣ୍ଟିର ମଙ୍ଗଳଦୋରାକୁ ମଧ୍ୟ ପ୍ଲାଷ୍ଟିକ ମୁକ୍ତ ବଣଭୋଜୀ ସ୍ଥଳ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ସେହିପରି ନୟାଗଡ଼ ଜିଲ୍ଲାର ସିମିଳିଝର, ଯୋଗୀଯୋଗିଆଣି, ନୂଆପଡା ଜିଲ୍ଲାର ପାଟୋରା ରିଜର୍ଭର ଏବଂ ଶିବ ମନ୍ଦିର, ମରଗୁଡା ପକ୍ଷୀ ବିହାର, ରାଣୀ ମୁଂହାସ ଗୁମ୍ଫା, ଥିପାଖୋଲ, ପୁରୀ ଜିଲ୍ଲାର ରାମଚଣ୍ଡୀ, ଚନ୍ଦ୍ରଭାଗା ଇକୋ ରିଟ୍ରିଟ, ତାଭୋଗୋଲରା, କୂଟମଚଣ୍ଡୀ, ରାୟଗଡ଼ାର ମିନାଝୋଳା ଶିବ ମନ୍ଦିର, ଛାତିକୋଣା, ହଲଭା, ସମ୍ବଲପୁର ଜିଲ୍ଲାର ଜିରୋ ପଏଣ୍ଟ, ଧୋଦ୍ରକୁସୁମ, ଦେବଝରଣ, ସୋନପୁର ଜିଲ୍ଲାର ସିଂହଜୁରିକଟା, ହରିହରଜୋର, ପୂଜା ଡୁଙ୍ଗୁରି, ସୁନ୍ଦରଗଡ଼ ଜିଲ୍ଲାର ହନୁମାନ ବାଟିକା, ବେଦବ୍ୟାସ ଧାମ, ଛେଙ୍ଗାପାହାଡ଼ ହେରିଟେଜ ସାଇଟ, ସରଫଗଡ଼ ନେଚ୍ୟୁରାଲ କ୍ୟାମ୍ପ, ଉଷାକୋଠୀ ଗୁମ୍ଫା, ଖଣ୍ଡାଧାର ଜଳପ୍ରପାତକୁ ପ୍ଲାଷ୍ଟିକ ମୁକ୍ତ କରାଯିବ ।