ବାରାହୀ ପାହାଡ଼ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଦମକଳ କେନ୍ଦ୍ର ନିକଟବର୍ତ୍ତୀ ବାରାହୀ ପାହାଡ଼ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ମୃତ ମହିଳାଙ୍କ ନାମ ଲିଲି ନାୟକ,ଗତ ଦଶ ଦିନ ଧରି ସେ ନିଖୋଜ ଥିଲେ। ତେବେ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।  ଅପରାହ୍ନ ୪ଟା ବେଳେ ଉକ୍ତ ପାହାଡ଼ ତଳେ କିଛି ଶ୍ରମିକ କାମ କରୁଥିବା ବେଳେ ଦୁର୍ଗନ୍ଧ ଆସୁଥିବାରୁ ଘଟଣା ସ୍ଥଳକୁ ଯାଇ ମୃତଦେହ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।