ଚଳିତ ବର୍ଷ ପ୍ରଥମ କରି ହୀରକୁଦ ଡ୍ୟାମରେ ସର୍ବୋଚ୍ଚ ଜଳସ୍ତର

ସମ୍ବଲପୁର: ପାଣିରେ ଉବୁଟୁବୁ  ହୀରକୁଦ ଜଳ ଭଣ୍ଡାର । ଚଳିତ ବର୍ଷ ପ୍ରଥମ କରି ହୀରକୁଦ ଡ୍ୟାମ ଅପରାହ୍ନ ୩ଟା ସୁଦ୍ଧା ସର୍ବୋଚ୍ଚ ଜଳସ୍ତର ଛୁଇଁଛି  । ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଡ୍ୟାମ ଜଳସ୍ତର ୬୩୦ ଫୁଟ ଛୁଇଁଛି । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପଶୁଛି ୧ଲକ୍ଷ ୭୪ହଜାର ୫୮୪ ଘନଫୁଟ ଜଳ । ତେବେ ୭ଟି ଗେଟ ଦେଇ ନିଷ୍କାସନ  ହେଉଛି ୧ଲକ୍ଷ ୫୫ହଜାର ୫୨୬ ଘନଫୁଟ ଜଳ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ କିଛିଦିନ ତଳେ ୨୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା।