ଦିଲ୍ଲୀ-ପୁନେ ଭିସ୍ତାରା ଫ୍ଲାଇଟରେ ବୋମା ଆତଙ୍କ

ଇନ୍ଦିରା ଗାନ୍ଧି ଏୟରପୋର୍ଟରେ ଯାଞ୍ଚ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ-ପୁନେ ଭିସ୍ତାରା ଫ୍ଲାଇଟରେ ବୋମା ଆତଙ୍କ | ଦିଲ୍ଲୀ ଏୟାରପୋର୍ଟରେ ସବୁ ଯାତ୍ରୀଙ୍କୁ ବିମାନରୁ କରାଗଲା ବାହର | ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ଧମକ ମିଳିଛି । ଭିସ୍ତାରା ବିମାନରେ ବମ୍ ଥିବା ନେଇ ଜିଏମଆର୍ ସେଣ୍ଟରକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା ।

ବମ୍ ନିଷ୍କ୍ରିୟ ଟିମ୍ ଓ ପୋଲିସ ବିମାନ ଭିତରେ ଏବଂ ଯାତ୍ରୀଙ୍କ ସାମଗ୍ରୀକୁ ତନତନ କରି ଯାଞ୍ଚ କରୁଛନ୍ତି । ଶୁକ୍ରବାର ସକାଳେ ଦିଲ୍ଲୀରୁ ପୁନେକୁ ଭିସ୍ତାରା ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ୭ଟା ୪୫ ମିନିଟରେ ଜିଏମଆର୍ ସେଣ୍ଟରକୁ ଫ୍ଲାଇଟରେ ବିସ୍ଫୋରକ ସାମଗ୍ରୀ ଥିବା ନେଇ ସୂଚନା ମିଳିଥିଲା । ଫଳରେ ତୁରନ୍ତ ବମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଓହ୍ଲାଇ ଯାଞ୍ଚ କରୁଛନ୍ତି ।