ଖଣି ମାଫିଆ ପ୍ରକାଶ ରାଉତରାୟଙ୍କ ଘରେ ରେଡ, ମିଳିଲା ୧୯ ଲକ୍ଷ ଟଙ୍କା

ଖୋର୍ଦ୍ଧା: ଗ୍ୟାଙ୍ଗଷ୍ଟାର ପ୍ରକାଶ ରାଉତଙ୍କ ଘରେ ଚଢାଉ । ସୋମବାର ଭୁବନେଶ୍ୱର କମିଶନରେଟ ପୋଲିସ ଓ ଖୋର୍ଦ୍ଧା ପୋଲିସର ମିଳିତ ଭାବେ ଚଡାଉ କରିଥିଲେ । ଚଢାଉ ସମୟରେ ୧୯ଲକ୍ଷ ଟଙ୍କା ସହ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ଓ ଗୁଲି ମିଳିଛି । ରବିବାର ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ ଧରିଥିଲା କମିଶନରେଟ୍ ପୋଲିସ୍ । ସଞ୍ଜୟର ମୁଖ୍ୟ ସହଯୋଗୀ ଖୋର୍ଦ୍ଧାର ଶିବ ନାଲି, ବେଗୁନିଆର ବଟ ପାଣି ଓ ଦୁର୍ଗାପୁରର ପ୍ରକାଶ ରାଉତରାୟ ଏକ ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିବା ବେଳେ ଗିରଫ କରିଥିଲା ସ୍ପେଶାଲ ସ୍କ୍ୱାଡ୍ ।

ଖଣି ମାଫିଆଙ୍କୁ ସୁରକ୍ଷା ଦେବା ଏହି ଗ୍ୟାଙ୍ଗର ମୂଳ କାମ । ଏପରିକି ଖଣି ମାଲିକ, କ୍ରସର ମାଲିକ ଓ ଟେଣ୍ଡର ପାଇଥିବା ବ୍ୟକ୍ତି ବିଶେଷଙ୍କୁ ଧମକ ଦେଇ ଟଙ୍କା ଆଦାୟ କରନ୍ତି ଏମାନେ । ଏମାନେ ସମସ୍ତେ ପ୍ରାୟ ୫୦ରୁ ଅଧିକ ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ସେମାନଙ୍କ ଠାରୁ ବନ୍ଧୁକ, ଗୁଳି ସମେତ ଅନେକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା