ଭୁବନେଶ୍ୱର: ଲଗାଣ ବର୍ଷା ପରେ ବନ୍ୟାଜଳକୁ ନେଇ ନଦୀକୂଳିଆ ଲୋକେ ଭୟଭୀତ । ୧୫ ଜିଲ୍ଲାରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ୧୫ ଜିଲ୍ଲା ପାଇଁ ମୁତୟନ ହୋଇଛନ୍ତି ୮ଟି ଏନଡିଆରଏଫ ଓ ୧୩ଟି ଓଡ୍ରାଫ ଟିମ୍ । ସେହିପରି ଅଗ୍ନିଶମ ବାହିନୀର ଅତିରିକ୍ତ ୨୩ଟି ଟିମ୍ ମୃତୟନ ହୋଇଛନ୍ତି । ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବୌଦ୍ଧ, ମୟୂରଭଂଜ, ଅନୁଗୁଳ, ସୋନପୁର, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟାସ୍ଥିତି ନେଇ ସର୍ତକ ରହିଛି ପ୍ରଶାସନ ।