ପ୍ରାଗପୁର ଠାରେ ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବା ସହ ଏହାର ଦାୟିତ୍ଵ ଓଡ଼ିଆ ସମାଜ ଓ ହିମାଚଳପ୍ରଦେଶ ସରକାର ଗ୍ରହଣ କରିବାକୁ ଅନୁରୋଧ

ପୁରୀ;ଦେବଭୂମି ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁର ଠାରେ ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବା ସହ ଏହାର ଦାୟିତ୍ଵ ଓଡ଼ିଆ ସମାଜ ଓ ହିମାଚଳପ୍ରଦେଶ ସରକାର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମନ୍ଦିରରେ ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଭାରତବର୍ଷର ପ୍ରଥମ ହେରିଟେଜ୍ ଗାଁ ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁରରେ ୨୦୧୭ ମସିହା ଏପ୍ରିଲ ୨୯ ତାରିଖରେ ଜମି ଦାନ କରିଥିବା ସେଠାକାର ଦୀନେଶ କୌର,ଅଜୟ ସିଂହଲା ,ପ୍ରଫେସର୍ ଲକ୍ଷ୍ମୀନିବାସ  ପାଣ୍ଡେ ଓ  କେନ୍ଦ୍ରୀୟ ସଂସ୍କୃତ ସଂସ୍ଥାନର ପୂର୍ବତନ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ।ପୁରୀରୁ ଦୁଇ ଜଣ ଶିଳ୍ପୀ ଶଶି ସାହୁ ଓ ରାଜେନ୍ଦ୍ର ମିଶ୍ର ଯାଇ ସେଠାରେ ମନ୍ଦିର ନିର୍ମାଣ କରିଛନ୍ତି । ୧୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ଦେଢ଼ ଏକର ଜମି ଉପରେ ପର୍ଯ୍ୟବେସିତ ।ଏଠାରେ ଚତୁର୍ଦ୍ଧା ବିଗ୍ରହଙ୍କ ସହଭୂଦେବୀ ,ଶ୍ରୀଦେବୀ ,ମାଧବ ପୂଜା ପାଉଛନ୍ତି।ଶ୍ରୀମନ୍ଦିର ଭଳି ପ୍ରାଗପୁର ଜଗନ୍ନାଥ ମନ୍ଦିରରେ ଦୈନଦିନ ପୂଜା,ରୀତି ନୀତି କରାଯାଉଛି ।ଚଳିତ ବର୍ଷ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି କାନ୍ତି ପୁରୀ ମନ୍ଦିର ଭଳି ସମ୍ପନ୍ନ ହୋଇଯାଇଛି।ଚଳିତ ବର୍ଷ ରଥଯାତ୍ରାରେ କିଛି ଓଡ଼ିଶା ଲୋକ ସାମିଲ ହୋଇଥିଲେ ।ଏଭଳିକି ସେଠାକାର ମହିଳାଙ୍କ ଦ୍ଵାରା ପ୍ରତ୍ୟହ ଭଜନ ,କୀର୍ତ୍ତନ କରାଯାଇଥିଲା। କରୋନା ମହାମାରୀ ପରେ ପ୍ରାଗପୁର ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଆର୍ଥିକ ସମସ୍ୟା ଦେଖାଯାଇଛି।ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ବ୍ୟକ୍ତିଗତ ଉଦ୍ୟମରେ ଏହି ମନ୍ଦିରର ପରିଚାଳନା କରୁଛନ୍ତି।ପ୍ରାଗପୁର ଜଗନ୍ନାଥ ମନ୍ଦିରକୁ ଏକ ବିଶାଳ ଭବ୍ୟ ମନ୍ଦିରରେ ପରିଣତ କରିବା ପାଇଁ ଓଡ଼ିଆ ସମାଜ ,ରାଜ୍ୟସରକାର ,ହିମାଚଳପ୍ରଦେଶ ସରକାର ଆଗେଇ ଆସି ସହଯୋଗ କରିବାକୁ ଆଜି ସ୍ଥାନୀୟ ଭକ୍ତ ସାଲବେଗ ସ୍ମୃତି ପୀଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାବ ବିନିମୟ କରି ପ୍ରତିଷ୍ଠାତା ଏହା କହିଛନ୍ତି । ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁର ଉନ୍ନତିକରଣ ପାଇଁ ସହଯୋଗ ମିଳିଲେ ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ,ପ୍ରସାର ସହ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଅଞ୍ଚଳର ଉନ୍ନତି ହୋଇପାରିବ। ।