ନୂଆଦିଲ୍ଲୀ: ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ ବୁଲେଟ୍ ତାଙ୍କ ଅଣ୍ଟାରେ ଛୁଇଁ ବାହାରି ଯାଇଥିଲା । ଏହା ସହିତ ତାଙ୍କ ଗାଡିର କାଚ ମଧ୍ୟ ଭାଙ୍ଗିଥିବାର ଦେଖାଯାଇଛି । ଏହି ଆକ୍ରମଣ ପରେ ଚନ୍ଦ୍ରଶେଖର ଆଜାଦଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ପ୍ରସଙ୍ଗରେ ଡିଜିପି ବିଜୟ କୁମାରଙ୍କୁ ଏସଏସପି ଡକ୍ଟର ବିପିନ ତାଡା ସାହାରନପୁର ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜାଦ ସମାଜ ପାର୍ଟି (ଭୀମ ସେନା) ଦାବି କରିଛି। ଅନ୍ୟପକ୍ଷରେ, ଏହି ଘଟଣାରେ ଆରଏଲଡିର ସ୍ଥାନୀୟ ବିଧାୟକ ମଦନ ଭ ଭୈୟା କହିଛନ୍ତି ଯେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଚିକିତ୍ସା ଚାଲିଛି। ଏସଏସପି ଡକ୍ଟର ଭିପିନ ତାଡା କହିଛନ୍ତି ଯେ ଚନ୍ଦ୍ରଶେଖର ଆଜାଦଙ୍କ କନଭେନକୁ କାରରେ ଆସି ସଶସ୍ତ୍ର ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ। ଗୁଳିଟି ତାଙ୍କ ଅଣ୍ଟାକୁ ଛୁଇଁ ଏକ ବାହାରିଯାଇଥିଲା। ସେ ଭଲ ଅଛନ୍ତି ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ କହିଁକି ଏବଂ କିଏ ଆକ୍ରମଣ କରିଛି ପୋଲିସ ଏହି ଘଟଣାର ତଦନ୍ତ କରୁଛି।