ବିଷମ କଟକ/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ବିଷମ କଟକ ଠାରେ ମୋହାସମାରୋହ ରେ ପାଳନ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା । ସକାଳୁ ସମସ୍ତ ନୀତି କାନ୍ତି ପରେ ତିନି ଠାକୁର ପ୍ରଭୁ ଜଗନ୍ନାଥ , ସୁଭଦ୍ରା , ବଳଭଦ୍ର ଙ୍କୁ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି କରି ମନ୍ଦିର ପରିସରରୁ ରଥ ଅଭିମୁଖେ ଯାତ୍ରା କରିଥିଲେ । ପରେ ରଥ ଟଣା ଯାଇ ମାଉସୀ ମା ମନ୍ଦିରରେ ପହଞ୍ଚି ଥିଲା । ସେଠାରେ ନୀତିକାନ୍ତି ପରେ ତିନିଠାକୁର ଙ୍କୁ ପହଣ୍ଡି କରି ମାଉସୀ ମା ମନ୍ଦିର କୁ ବିଜେ କରିଥିଲେ । ପରେ ମୀନ ଅବତାରରେ ଠାକୁର ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀ ଜଗନ୍ନାଥ ଙ୍କ ଏହି ଯାତ୍ରା କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନ ଓ ଜଗନ୍ନାଥ ମନ୍ଦିର କମିଟି ଙ୍କ ଦ୍ୱାରା ରଥଯାତ୍ରା ର ଆୟୋଜନ ଅତି ସୁନ୍ଦର ଭାବେ ଆୟୋଜିତ ହୋଇଥିବା ବେଳେ ବିଷମ କଟକ ପୋଲିସ ର ସୁପରିଚାଳନା ରେ ଶାନ୍ତି ଶୃଙ୍ଖଲା ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।