ଯୁକ୍ତ ୨ ନାମ ଲେଖା ପାଇଁ ବଢିଲା ଆବେଦନର ଅବଧି

ଭୁବନେଶ୍ୱର: ଯୁକ୍ତ ୨ ନାମ ଲେଖା ପାଇଁ ବଢିଲା ଆବେଦନର ଅବଧି । ଜୁନ ୨୦ ରୁ ଜୁନ୨୬ ତାରିଖ ପର୍ଯ୍ୟନ୍ତ ଆବେଦନର ଅବଧି ବଢାଇ ଛନ୍ତି ରାଜ୍ୟ ସରକାର । ଅଭିଭାବକ, ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରେଧରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଗଣଶିକ୍ଷା ବିଭାଗ । ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ସାମସ ପୋର୍ଟାଲ www.samsodisha.in ଆବେଦନର ତାରିଖ ଜୁନ ୨୦ରୁ ବଢି ଜୁନ ୨୬ ପର୍ଯ୍ୟନ୍ତ କରାଯାଇଛି । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଜୁଲାଇ ୨ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ୮ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୬ରେ ପ୍ରକାଶ ପାଇବ ଓ ନାମଲେଖା ଜୁଲାଇ ୧୯ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅନ୍ଲାଇନ୍ ସ୍ପଟ୍ ଚୟନ ଆଡମିସନ ପ୍ରକ୍ରିୟା ଜୁଲାଇ ୧୭ରୁ ଆରମ୍ଭ କରାଯାଇ ୨୭ ସୁଦ୍ଧା ସଂପାଦନ କରାଯିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁଲାଇ ୨୯ରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବ । ଅଦ୍ୟାବଧି ସାମସ୍ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତିା