ଭୁବନେଶ୍ୱର: ଯକ୍ଷ୍ମା ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି ।ପ୍ରକାଶିତ ହୋଇଛି ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ । ଟିବି ବିଲୋପ କରିବାରେ ଅଗ୍ରଗତି ପାଇଁ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଦେଶରେ ୨ ନମ୍ବର ସ୍ଥାନରେ ରହିଛି। ନିକଟ ରେ ପ୍ରକାଶ ପାଇଥିବା ସର୍ବ ଭାରତୀୟ ଯକ୍ଷ୍ମା ରୋଗ ନିୟନ୍ତ୍ରଣ ରିପୋର୍ଟ ୨୦୨୩ ରେ ଓଡ଼ିଶା ଦ୍ୱତୀୟ ସ୍ଥାନ ହାସଲ କରିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତ । ଯକ୍ଷ୍ମା ନିରାକରଣ ପାଇଁ ବଡ଼ ବଡ଼ ରାଜ୍ୟ କୁ ପଛରେ ପକାଇ ଦ୍ୱତୀୟ ସ୍ଥାନ ହାସଲ କଲା ଓଡ଼ିଶା । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର ସମସ୍ତ କର୍ମକତ୍ତାଙ୍କୁ ପ୍ରସଂଶା କରିବା ସହ ଶୁଭେଚ୍ଛା ଜଣାଇଲେ ସଚିବ । ୨୦୨୫ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବାକୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଉଛନ୍ତି ।