ବିବାହ ପରେ ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର

ହରିଚନ୍ଦନପୁର /ପରେଶ କୁମାର ସେଠୀ: ପରିବାରରେ ହସର ଲହରି ଖିଳୁଥିବା ବେଳେ ଅଚାନକ ଲୁହର କଳା ବାଦଲ ଢାଙ୍କିଦେଇଛି । ବନ୍ଧୁବାନ୍ଧବଙ୍କ ଗହଣରେ ଯେଉଁ ଘର ଉଛୁଳି ପଡୁଥିଲା ସେଇ ଘରେ ଏବେ ନିରବି ଯାଇଛି । ନୂଆ ସଂସାର ଗଢିବ ବୋଲି ଯାହା ଲାଗି ଏତେ ଆୟୋଜନ ସେ ଶୋଇଯାଇଥିଲା ଚିର ନିଦ୍ରାରେ । ଏପେଟ ମଥା ପିଟି କାନ୍ଦୁଥିଲା ନବବଧୂ । ଭାଗ୍ୟକୁ ନିନ୍ଦିବା ସହିତ ଭଗବାନଙ୍କ ପାଖରେ ଅଭିଯୋଗ କରୁଛି । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ କାଳିମାଟି ଗ୍ରାମ ଦୁଧିଆନାଳୀ ସାହିରେ । ମୃତ ନବ ବିବାହିତ ଯୁବକ ଜଣଙ୍କ ଦୁଧିଆନାଳୀ ସାହିର ଲକ୍ଷ୍ମଣ ସାହୁଙ୍କ ପୁତ୍ର ନିର୍ମଳ ସାହୁ(୩୪) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଚଳିତ ମାସ ୧୦ ତାରିଖ ନିର୍ମଳ ବିବାହ କରିଥିଲେ, ୧୩ ତାରିଖରେ ତାଙ୍କର ଚତୁର୍ଥୀ ସରିଥିଲା । ଚତୁର୍ଥୀର ପରଦିନ ସକାଳୁ ନିଜ ବଗିଚାକୁ ପିଆଜ ଆଣିବାକୁ ଯାଇ ଆଉ ଘରକୁ ଫେରିନଥିଲେ ନିର୍ମଳ ସାହୁ । ଘରକୁ ଫେରିବାରେ ବଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଯାଖୋଯି କରିଥିଲେ ମାତ୍ର ତାଙ୍କର କିଛି ପତା ମିଳିନଥିଲା । ଆଜି ସକାଳେ ଗାଁ ଲୋକେ ମହୁଲ ଗୋଟେଇବା ପାଇଁ ଜଙ୍ଗଲ ଯିବା ସମୟରେ ନିର୍ମଳଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥବଲେ । ଜ୍ଝ ନିଜେ ପିନ୍ଧିଥିବା ଲୁଙ୍ଗିକୁ ବେକରେ ବାନ୍ଧି ନିର୍ମଳଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ଜ୍ଝ ଘଟଣା ଦେଖିବା ପରେ ଗ୍ରାମ ଓ ପରିବାର ଲୋକେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ଜ୍ଝ ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।