ପୋଖରୀ ହୁଡ଼ାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

(ରଣପୁର ଅସିତ ରଞ୍ଜନ ପରିଡା ):- ପୋଖରୀ ହୁଡ଼ାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ଲତାର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଉକ୍ତ ଗ୍ରାମର ବିଭୁତି ଭୂଷଣ ମହାପାତ୍ର ଆଜି ସକାଳୁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ  ଆଉ ଘରକୁ ଫେରିନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବiପରେ ପୋଖରୀ ହୁଡ଼ାରୁ ବିଭୁତି ଭୂଷଣଙ୍କୁ ଉଦ୍ଧାର କରାଯାଉ 108ଆମ୍ବୁଲାନ୍ସ ରେ ରଣପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ।ସେଠାରେ ଡ଼କ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ ପାରିବାରିକ କଲହରୁ ବିଭୁତିଭୂଷଣ ବିଷ ପିଇ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣା ସ୍ଥଳରେ ରଣପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।