ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ I ଜମିର କାଗଜ ଅଛି ହେଲେ ପଜେସନ ନେଇ ପାରୁନାହାନ୍ତି ମାଲିକ I ଏହି ଜମି ଠକେଇ ରାକେଟର କିଙ୍ଗପିନକୁ ବାନ୍ଧିଲା EOW

ଭୁବନେଶ୍ୱର : ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ I ଜମିର କାଗଜ ଅଛି ହେଲେ ପଜେସନ ନେଇ ପାରୁନାହାନ୍ତି ମାଲିକ I ଏହି ଜମି ଠକେଇ ରାକେଟର କିଙ୍ଗପିନକୁ ବାନ୍ଧିଲା EOW | ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମୋହରିର ଅନ୍ତର୍ଯ୍ୟାମୀ ସେନାପତି ଓ ଅନନ୍ତ ଚରଣ ପ୍ରଧାନ ଗିରଫ I ତେବେ ପୂର୍ବରୁ ମମତା ପରିଡା, ସୁବୋଧ ପରିଡା,ହଳଧର ଦାସଙ୍କୁ ଗିରଫ କରୁଥିବା ବେଳେ, ତାଙ୍କ ପତ୍ନୀ ଦାମୟନ୍ତୀ ଦାସ ଫେରାର ରହିଛନ୍ତି I ପ୍ରକୁତ ମାଲିକଙ୍କର ନକଲି କାଗଜପତ୍ର ବା ସେଲଡିଡ଼ ଜରିଆରେ ବିକ୍ରି କରନ୍ତି I ନିଜର ଲୋକ ବା ଠକଙ୍କ ନାମକୁ ଟ୍ରାନ୍ସଫର କରି ଜମି ବିକ୍ରି କରୁଛନ୍ତି I

ଅନ୍ୟ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନଯାକ୍ସନ କରି ଟଙ୍କା ଠକି ନେଉଥିବା ବେଳେ, ନଗଦ କ୍ୟାସକୁ ଭାଗ ବାଣ୍ଟି ନେଉଛନ୍ତି I ମାଲିକ ମାନେ ବାହାରେ ରହୁଥିବା ବେଳେ ତାଙ୍କ ଜମିର କାଗଜ ପତ୍ର କରି ବିକ୍ରି କରୁଛନ୍ତି ଏବଂ ଜମିର ପ୍ରକୃତ ମାଲିକ ପଜେସନ ନେଲା ବେଳେ, ଏହି ସବୁ ଖବର ପଦାକୁ ଆସୁଛି I ବିଶେଷକରି ମାଲିକମାନେ ଯାଗା କିଣିବା ସମୟରେ କେତୋଟି ଜମି ପ୍ରତି ମଲିପଡା, ନିଆଳି ଗୋବିନ୍ଦପୁର, ଭୁବନେଶ୍ୱର ଆମ୍ରି ହସ୍ପିଟାଲ ନିକଟ ଜମି ଓ ଭୁବନେଶ୍ୱର ଉପକଣ୍ଠରେ ଜମି କିଣୁଥିଲା ବେଳେ ସାବଧାନ ରହିବାକୁ ପଡିବ |

  • ଆଧାରକାର୍ଡ଼ର ଭେରିଫିକେଶନ କରିବାର ଆବଶ୍ୟକତା ରହିଛି I
  • ପ୍ରତି ଆଧାରକାର୍ଡ଼ରେ ଥିବା କ୍ୟୁଆର କୋର୍ଡର ସ୍କାନ କରିବାର ଆବଶ୍ୟକତା ରହିଛି I
  • ପ୍ରକୁତ ମାଲିକଙ୍କ ସହିତ ଯୋଗାଯୋଗ କରିବା ସହ ତାଙ୍କ ପ୍ରକୁତ କାଗଜପତ୍ର ଯାଞ୍ଚ କରିବାର ଆବଶ୍ୟକତା ରହିଛି I