ପ୍ରଥମ ଥର ପାଇଁ କ୍ୟାନ୍ସର ମୁକ୍ତ ହେଲେ ଆମେରିକାର ରାଷ୍ଟ୍ରପତିଙ୍କ ପତ୍ନୀ

ୱାଶିଂଟନ : ପ୍ରଥମ ଥର ପାଇଁ କ୍ୟାନ୍ସର ମୁକ୍ତ ହେଲେ ଜଣେ ମହିଳା । ଯୁକ୍ତରାଷ୍ଟ୍ର ଆମେରିକାର ସେ ପ୍ରଥମ ନାରୀ । ୱାଶିଂଟନର ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ଗତକାଲି ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ପତ୍ନୀ ତଥା ଦେଶର ଫାଷ୍ଟ ଲେଡି ଜିଲ ବାଇଡେନ ତ୍ୱଚା କ୍ୟାନସରରେ ଆକ୍ରାନ୍ତ ହୋଇଥିବା କିଛି ଦିନ ପୂର୍ବେ ଜଣା ପଡ଼ିଥିଲା। ନିୟମିତ ଚେକଅପ୍ ସମୟରେ ତାଙ୍କ ଡାହାଣ ଆଖି ଉପରେ କିଛି ଅସ୍ୱାଭାବିକ ଲକ୍ଷଣ ଦେଖିବାକୁ ମିଳିଥିଲା। ପରୀକ୍ଷା ପରେ ତାହା କର୍କଟ ଟିସୁ ବୋଲି ଜଣାପଡ଼ିଥିଲ। ତାଙ୍କ ସ୍ୱାସ୍ଥ୍ୟ କାଲି ଖରାପ ହେବାରୁ ଜିଲ ବାଇଡେନଙ୍କୁ ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅପରେସନ ପରେ ମିସେସ୍ ବାଇଡେନ ଏବେ କ୍ୟାନସରମୁକ୍ତ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।