ପୁରୀ : ଲାଗିଲା ଭୟଙ୍କର ନିଆଁ । ଠାକୁର ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ବସ୍ ଜଳିଗଲା।ସତ୍ୟବାଦୀ ହାଇସ୍କୁଲ ନିକଟରେ ଜଳିଗଲା ପର୍ଯ୍ୟଟକଙ୍କ ବସ୍। ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ ଶ୍ରଦ୍ଧାଳୁ । ପର୍ଯ୍ୟଟକଙ୍କୁ ନେଇ ପୁରୀ ସାକ୍ଷୀଗୋପାଳ ବୁଲିବାକୁ ଆସିଥିବା ବସରେ ନିଆଁ । ଗ୍ୟାସ ଲିକରୁ ନିଆଁ ଲାଗିଥିବା ସୂଚନା । ଗଙ୍ଗାସାଗର ବୁଡ଼ ପାଇଁ ବାହାର ରାଜ୍ୟରୁ ଶ୍ରଦ୍ଧାଳୁ ଆସିଥିବା ସୂଚନା। ବସରୁ ଓହ୍ଲାଇ ଶ୍ରଦ୍ଧାଳୁ ମନ୍ଦିରକୁ ଯାଇଥିବା ବେଳେ ଦୁର୍ଘଟଣା।ବସ୍ଟି ସମ୍ପୂର୍ଣ୍ଣଭାବେ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଶ୍ରଦ୍ଧାଳୁ। ବସରେ ୫୦ ଜଣ ପର୍ଯ୍ୟଟକ ଥିବା ସୂଚନା। ମଧ୍ୟପ୍ରଦେଶ ଗୋଆଲିୟରୁ ଆସିଥିଲା ବସ | ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ସହ ବସଟି ସମ୍ପୂର୍ଣ ଭାବେ ଜଳିଯାଇଛି | ତେବେ ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ ଥିବା ସୂଚନା |