୨୦୨୪ ଲୋକସଭା ନିର୍ବାଚନକୁ ବିଜେପି ଆରମ୍ଭ କରିବ ଟ୍ୱିଟର ରଣନୀତି

ନୂଆଦିଲ୍ଲୀ: ୨୦୨୪ ମସିହାରେ ହେବ ଲୋକସଭା ନିର୍ବାଚନ | ଆଉ ଏଥି ପାଇଁ କିଛି ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏହି ପ୍ରତିଯୋଗିତାର ରେସରେ ଆଗରେ ଅଛି ବିଜେପି | ସବୁଠୁ ବଡ କଥା ହେଉଛି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏହି ୯ଟି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଥିବାବେଳେ ଏହି ରାଜ୍ୟଗୁଡିକରେ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ଜବରଦସ୍ତ ସଫଳତା ପାଇଥିଲା । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବେ ଏକ ବଡ ଯୋଜନା କରିବାକୁ ଲକ୍ଷ୍ୟ ରଖିଛି | ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ତୃଣମୂଳ ସ୍ତରକୁ ଯାଇ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଆସୁଛି। କିନ୍ତୁ ବର୍ତ୍ତମାନ ଅନ୍ୟ ଦଳମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଆଉ କେନ୍ଦ୍ରରେ ମୋଦୀ ସରକାର ଗଠନ ହେବା ପରଠାରୁ ଡିଜିଟାଲ ଟେକ୍ନୋଲୋଜି ଭାରତର ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ପକାଇଛି |

ଏବେ ସୋସିଆଲ ମିଡିଆରେ କରାଯାଉଛି ସବୁ ପ୍ରକାର ପ୍ରଚାର | କାରଣ ଖୁବ କାମ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସବୁ ତଥ୍ୟ ବା ସୂଚନା ସହଜରେ ମିଳିପାରୁଛି | ଏଣୁ ସୋସିଆଲମିଡ଼ିଆକୁ ନିଜ ଅସ୍ତ୍ର ରୂପେ ଗ୍ରହଣ କରି ବିଜେପି କରିବ ରଣନୀତି | ବିଜେପିର ଯୋଜନା ଅନୁଯାୟୀ, ପ୍ରତ୍ୟେକ ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଏକ ଟୁଇଟର ହ୍ୟାଣ୍ଡେଲ ସୃଷ୍ଟି ହେବ ଏବଂ ଏଥିରେ ସେହି ଅଂଚଳର  ୫୦୦୦୦ ଅନୁଗାମୀ ଯୋଗଦେବେ | ଟ୍ୱିଟରରେ ଫଲୋୟର୍ସ ବଢାଇବାକୁ ବିଜେପି କଲେଜ ଯାଉଥିବା ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଧାର୍ମିକ ନେତାଙ୍କ ମାଧ୍ୟମରେ ଯୋଗାଯୋଗ କରିବେ। ଏହି ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କେନ୍ଦ୍ରର ୧୨ଟି ଯୋଜନା ବାବଦରେ ସୂଚନା ଦିଆଯିବ | ପ୍ରତ୍ୟେକ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏକ ସୋସିଆଲ ମିଡିଆ ଟିମ, ଲୋକସଭା ସଂଯୋଜକ, ସୋସିଆଲ ମିଡିଆ ସଂଯୋଜକ ନିୟୋଜିତ ହେବେ।