ଭାରତ କମ୍ପାନୀରୁ ନିର୍ମିତ ହେଉଥିବା କଫ୍ ସିରଫ ଖାଇ ୧୮ ଶିଶୁ ମୃତ

ନୂଆଦିଲ୍ଲୀ: ଭାରତ କମ୍ପାନୀ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ । ଭାରତ କମ୍ପାନୀ ଦ୍ୱାରା ନିର୍ମିତ ହୋଉଥିବା କଫ୍ ସିରଫ ଖାଇ ଉଜବେକିସ୍ତାନରେ ୧୮ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଏନେଇ ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭାରତୀୟ କମ୍ପାନୀକୁ ଦାୟୀ କରିଛି । ଏହି ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଛି ଯେ ନୋଏଡା ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁଙ୍କ ଜୀବନ ଯାଇଛି । ମୃତ ଶିଶୁ ମାନେ ହସ୍ପିଟାଲରେ ଭର୍ତ୍ତିହେବା ପୂର୍ବରୁ ସେହି ସିରଫକୁ ୭ ଦିନ ଯାଏଁ ଖାଇଥିଲେ । ଏହାପରେ ଥଣ୍ଡା ଯୋଗୁଁ ୨୧ ଶିଶୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା ।

ଆଉ ଏବେ ସେମାନଙ୍କ ଭିତରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଥିଲା ଯେ ଏହିଭଳି ଘଟଣା ଘଟିବା ପରେ ସିରପର ନମୂନା ଯାଞ୍ଚ କରାଯାଉ । ତାପରେ ନମୂନା ଯାଞ୍ଚ ପରେ ଜଣା ପଡିଥିଲାକି ସେଥିରେ ଏଲିଥିନ ଗ୍ଲାଇକୋଲ ଅଛି । ଯାହାକୁ ବିଶାକ୍ତ ପଦାର୍ଥ ଭାବେ ଗଣାଯାଏ । ଏଖାକୁ ଖାଇଲେ ବାନ୍ତି, ଅଚେତ ହେବା, ହୃଦଘାତ ଓ କିଡିନୀ ଫେଲ ଭଳି ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ୧୮ ଶିଶୁଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଥିବା ଉଜବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । ଏହି ଘଟଣାକୁ ନେଇ ୭ ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଏହାଛଡା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।