ଜୋନାଲ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ୩ ଟି ବ୍ଲକର ହାଇସ୍କୁଲ ଛାତ୍ରଛାତ୍ରୀ ଖେଳାଳି ମାନଙ୍କୁ ନେଇ ଜୋନାଲ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଶନିବାର ଏହାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗୀରଥୀ ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ବ୍ଲକ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ଅଧକ୍ଷା, ଉପାଧ୍ୟକ୍ଷ ସମେତ ବହୁ କ୍ରୀଡାବିତ୍ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କ୍ରୀଡା ତଥା ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପୁରୁଷୋତ୍ତମପୁର, ଖଲ୍ଲିକୋଟ ଓ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲର ୩୦୦ ଖେଳାଳି ଏହି କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ଜଣାପଡିଛି। ସିନିଅର ଓ ଜୁନିଅର ବର୍ଗର ଖେଳାଳୀ ମାନଙ୍କ ମଧ୍ୟରେ ଦୌଡ, ଖୋଖୋ, ଲମ୍ବ ଡିଆଁ,ଜାବଲିନ୍ ଥ୍ରୋ,ଡିସ୍ କସ୍ ଥ୍ରୋ,ସଟ ପୁଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।