ନିଶା ନିବାରଣ ସଚେତନତା ରଥର ଜିଲ୍ଲା ପରିକ୍ରମl

ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ସୁବର୍ଣ୍ଣପୁର/ଓମ୍ ପ୍ରକାଶ ମହାନ୍ତି :ଜିଲ୍ଲାରେ ନିଶା ର କୁପରିଣାମ ଓ ସମାଜରେ ଏହାର ଭୟାବହତକ୍ଷ କୁ ଦୃଷ୍ଟି ରେ ରଖି ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏକ ନିଶା ନିବାରଣ ସଚେତନତା ରଥକୁ ଜିଲ୍ଳା ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି କ୍ଷ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ୟ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ୟ୍ୟ ନାରାୟଣ ଦାଶ ଏହି ସଚେତନତା ରଥ କୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ଏହି କାର୍ୟ୍ୟକ୍ରମ ଅବସରରେ ଜିଲ୍ଳା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତୀ ତ୍ରିପାଠୀ, ବିଭାଗୀୟ ସମସ୍ତ ଅଧିକାରୀ, ଓମ ଶାନ୍ତି ଅନୁଷ୍ଠାନର କାର୍ୟ୍ୟକର୍ତ୍ତା, ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା, ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟର ବିଭିନ୍ନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ଜନସାଧାରଣ ଙ୍କୁ ନିଶା ର କୁପରିଣାମ ଉପରେ ସଚେତନତା କରାଇବ  ।