AICTE ଦ୍ୱାରା ଓଡିଆରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହି ଲୋକାର୍ପଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର :  ଜୟଦେବ ଭବନରେ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମହାମହିମ । ଏଆଇସିଟିଇ ଇଞ୍ଜିନିୟରିଂ ପୁସ୍ତକର ଲୋକାର୍ପଣ କରିଛନ୍ତି । ଓଡ଼ିଆ ଭାଷାରେ ଟ୍ରାନ୍ସଲେଟ କରାଯାଇଥିବା ଇଞ୍ଜିନିୟରିଂ ପୁସ୍ତକ ସହ ଇ-କୁମ୍ଭ ପୋର୍ଟାଲ ଲୋକାର୍ପଣ କରଛନ୍ତି ରାଷ୍ଟ୍ରପତି । ଇଞ୍ଜିନିୟରିଂ ବହିର ଓଡ଼ିଆ ସଂସ୍କରଣକୁ ସେ ସମ୍ମାନ ଦେଇଛନ୍ତି । ଏହି ଭଳି ପୁସ୍ତକର ଓଡ଼ିଆ ସଂସ୍କରଣ ହେବା ନିହାତି ଖୁସି ଖବର ।ତେବେ ଶିକ୍ଷାରେ ଭାଷା ଯେଭଳି ପ୍ରତିବନ୍ଧକ ନହେଉ । ତା ଉପରେ ଗୁରୁତ୍ୱ ଦେବା ନିହାତି ଦରକାର । ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଜଡିତ ।

ମାତୃଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି । ଏହି ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ । ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଥିବା ସ୍ପଷ୍ଟ । ମାତୃଭାଷାକୁ ବେଶୀ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ସେହିଭଳି ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା ଦରକାର ।

ଶିକ୍ଷାଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନରହିବେ ସେଥିପ୍ରତି ଦୃଷ୍ଟି ଦେବା । ଓଡ଼ିଆ ଭାଷାରେ ଏହି ଇଞ୍ଜିନିୟରିଂ ପୁସ୍ତକ ନେଇ ସେ କହିଛନ୍ତି ଓଡ଼ିଆରେ ବୈଷୟିକ ଶିକ୍ଷାଦାନରେ କୌଣସି ଅସୁବିଧା ହେବନି । ସେହିଭଳି ଇ-କୁମ୍ଭ ପୋର୍ଟାଲର ଉନ୍ମୋଚନ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି ଦ୍ରୌପଦୀ । ଗ୍ୟାନର ଦ୍ୱାରକୁ ଉନ୍ମୋଚିତ କରିବ ଏହି ଇ-କୁମ୍ଭ ପୋର୍ଟାଲ । ତେବେ ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହି ଓ ପୋର୍ଟାଲ ଲଞ୍ଚ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ ।