ଭୁବନେଶ୍ୱର : ବିଏମସି ପାଳୁଛି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ରାଜଧାନୀବାସୀଙ୍କୁ ଭେଟି ଦେଇଛି ବିଏମସି। ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଉଦଘାଟନ କରାଯାଇଛି। ଏନେଇ ବିଭିନ୍ନି ଓ୍ବାର୍ଡରେ ଚାଲିଛି ମାରାଥନ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ। ସହରର ଉନ୍ନତି ପାଇଁ ପୋଖରୀ ପୁନ ଉଦ୍ଧାର , ବକ୍ସ ଡ୍ରେନେଜ , ନୁତନ ପାର୍କ,ଆରସିସି ଡ୍ରେନେଜ , ଏମସିସି,କମ୍ୟୁନିଟି ସେଣ୍ଟର ନିର୍ମାଣ,ରାସ୍ତା ଆଲୋକି କରଣ, ପୋଖରୀ ଖନନ, ମଡଣ୍ଣ ଭେଣ୍ଡିଙ୍ଗ ଜୋନ ଭିତ୍ତି ପ୍ରସ୍ତର, ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛି ବିଏମସି।
ବିଭିନ୍ନ୍ ବିଭାଗର ମନ୍ତ୍ରୀ , ବିଧାୟକ,ମେୟର , କମିଶନର, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ, କର୍ପୋରେଟର ମାନଙ୍କ କରକମଳରେ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି।ଭୁବନେଶ୍ବରର ସର୍ବାଙ୍ଗୀନ ଉନ୍ନତି ସହ କିଭଳି ରାଜଧାନୀବାସୀଙ୍କୁ ଉନ୍ନତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିନେଇ ଏହିସବୁ ପ୍ରକଳ୍ପ ର ଉଦଘାଟନ କରାଯାଇଛି। ୩ଦିନ ଧରି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ। ବିଭିନ୍ନ ୱାର୍ଡରେ ପ୍ରାୟ ୬୧କୋଟି ଟଙ୍କାର ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ରାଜଧାନିବାସୀଙ୍କୁ ଭେଟି ଦେଵ ବିଏମସି। ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଗୁଡିକର ଉନ୍ନତିକରଣ କରାଯିବ। ସ୍ମାର୍ଟସିଟିକୁ କିଭଳି ଅଧିକ ସ୍ଵଛ, ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ ସେଦିଗରେ କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ସହରବାସୀଙ୍କ ସହଯୋଗ ଓ ସହଭାଗୀତା କାମନା କରିଛନ୍ତି ଉଭୟ ମେୟର ଓ କମିଶନର।