ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୦୩ ଥିବାବେଳେ ଆଜି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୮୫ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୭ ଜଣ ୧୮ ବର୍ଷରୁ କମ୍ ଶିଶୁ କିଶୋର ଥିବା ଜଣାପଡିଛି । ତେବେ ଖୋର୍ଦ୍ଧାରେ ସର୍ବାଧିକ ୪୮ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ ଜିଲ୍ଲାରୁ ୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ଜଣ , ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୧୬ଜଣ, ଦେଓଗଡ ଜିଲ୍ଲାରୁ ୩ଜଣ, ଗଜପତି ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୬ଜଣ, ଝାରସୁଗୁଡା ଜିଲ୍ଳାରୁ ୧ଝର, କଳାହାଣ୍ଡି ଜିଲ୍ଲାରୁ ୩ଜଣ, କନ୍ଧମାଳ ଜିଲ୍ଲାରୁ ୪ଜଣ. କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧାରୁ ୪୮ଜଣ, କୋରାପୁଟ ଜିଲ୍ଳାରୁ ୧୧ଜଣ, ମାଲକାନଗିରି ଜିଲ୍ଲାରୁ ୧ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧ଜଣ, ନୟାଗଡ ୬ଜଣ, ନୂଆପଡା ୯ଜଣ, ପୁରୀ ୩ଜଣ, ସମ୍ବଲପୁର ୧୩ଜଣ, ସୋନପୁର ୧ଜଣ, ସୁନ୍ଦଋଜ୍ଞଙ୍ଗ ୩୬ଜଣ, ଷ୍ଟେଟ ପୁଲ୍ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେବି୨୨୪୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି , ଏପର୍ଯ୍ୟନ୍ତ ରାଜ୍ୟରେ ୧୩୨୫୪୭୦ ପଜିଟିଭ ଜିହ୍ନଟ ହୋଇଛନ୍ତି । ସେହିପରି ୧୩୧୪୦୦୫ ଜଣ ସୁସ୍ଥ ହୋଇଛନ୍ତି ।
