ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୫୫ ଥିବାବେଳେ ଆଜି ୨୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୧୫ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୩ଟି ଜିଲ୍ଲାରୁ ୨୮୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୮ ଜଣ, ବରଗଡ଼ରୁ୯, ବଲାଙ୍ଗୀରରୁ ୯ଜଣ , ବୌଦ୍ଧରୁ ୪ ଜଣ, କଟକରୁ ୨୨ଜଣ, ଦେଓଗଡ ୫ଜଣ, ଗଜପତିରୁ ୫ଜଣ, ଗଂଜାମରୁ ୬ଜଣ, ଜଗତସିଂହପୁରରୁ ୨ଜଣ, ଯାଯଜପୁରରୁ ୭ଜଣ, ଝାରସୁଗୁଡାରୁ ୩ଜଣ, କଳାହାଣ୍ଡିରୁ ୭ଜଣ, କେନ୍ଦ୍ରପଡାରୁ ୪ଜଣ, କେନ୍ଦୁଝରରୁ ୨ଜଣ, ଖୋର୍ଦ୍ଧାରୁ ୬୧ଜଣ, କେରାପୁଟରୁ ୫ଜଣ, ମୟୂରଭଞ୍ଜରୁ ୧୨ଜଣ, ନବରଙ୍ଗପୁରରୁ ୫ଜଣ, ନୟାଗଡରୁ ୧୨ଜଣ, ନୂଆପଡାରୁ ୧୫ଜଣ, ପୁରୀରୁ ୪ଜଣ, ରାୟଗଡାରୁ ୧ଜଣ ସଂକ୍ରମିତ ହୋଇଛନ୍ତି ।