ଝୁଲନ୍ତା ଅବସ୍ଥାରେ ମାଆ ପୁଅ ଶବ ଉଦ୍ଧାର

ନୂଆପଡା/ ରଘୁନାଗ: ଝୁଲନ୍ତା ଅବସ୍ଥାରେ ମାଆ ପୁଅ ଶବ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଖଡିଆଳ ଥାନା ବାଦୀ ଗାଁରେ । ଗାଁ ନିକଟରେ ମାଆ ଓ ପୁଅର କେନାଲ ପାଖ ବରଗଛରେ ଛୁଲୁଛି ଶବ । ମୃତକ ଦୁଇଜଣ ହେଲେ ଗାୟତ୍ରୀ ଖମାରୀ ଓ ପୁଅ ଆଶିଷ ଖମାରୀ । ସେମାନେ ଦୁହେଁ ଖଡିଆଳ ଗାଁରେ ହୋଇଥିବାବେଳେ ବାଦୀ ଗାଁରେ ବସବାସ କରୁଥିଲେ ।

ତେବେ କ’ଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ । ତେବେ ଏହି ଦୃଶ୍ୟ ସାମ୍ମାକୁ ଆସିବା ପରେ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ତେବେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରେ ଜଣା ପଡିବ ।