“ଯଶୱନ୍ତଙ୍କ କଲ୍ ରିସିଭ୍ କଲେ ନାହିଁ ବିହାର ମୁଖ୍ୟମନ୍ତ୍ରୀ”

ଭୁବନେଶ୍ୱର: ଆଉ କିଛି ଦିନପରେ ଦେଶରେ ହେବ ରାଷ୍ଟ୍ରପତି ନିର୍ବାଚନ । ଦେଶ ପାଇବ ନୂଆ ରାଷ୍ଟ୍ରପତି । ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସମର୍ଥନ ମାଗିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ସିହ୍ନାଙ୍କ ଫୋନ ରିସଭ୍ କରିନଥିଲେ । ଏହା ସହିତ ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ସମର୍ଥନ ନ ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛି କାରଣ ସେ ଓଡିଶାର ଅଟନ୍ତି। ସେହିପରି ଯଶୱନ୍ତ ସିହ୍ନା ବିହାର ଅଟନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନୀତୀଶ କୁମାରଙ୍କ ସହ କ୍ୟାବିନେଟରେ ଥିବା ସିହ୍ନା କହିଛନ୍ତି ଯେ ଯେତେବେଳେ ବିରୋଧୀ ଦଳ ମୋତେ ସାଧାରଣ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଅନେକ ରାଜ୍ୟରେ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲି ସେହିପରି ବିହାର ମୁଖ୍ରମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି। ମୁଁ ଅନେକ ଥର ବାର୍ତ୍ତା ପଠାଇଥିଲି ଯେ ମୁଁ ତାଙ୍କ ସହ କଥା ହେବାକୁ ଚାହେଁ, କିନ୍ତୁ ବୋଧହୁଏ ‘ସ୍ଥିତି’ ତୁଳନାରେ ଏତେ କମ୍ ଥିଲା ଯେ ସେ ମୋ ସହ କଥା ହେବା ଉଚିତ୍ ମନେ କଲେ ନାହିଁ।  ଜୁଲାଇ ୧୮ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରିବା ପରେ ସିହ୍ନା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ତାଙ୍କ ସହ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ, ବଲିଉଡର ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏଲ.କେ ଆଡଭାନୀଙ୍କ ଘନିଷ୍ଠ ସହଯୋଗୀ ସୁଧେନ୍ଦ୍ର କୁଲକର୍ଣ୍ଣି ମଧ୍ୟ ଉପସ୍ଥିତ ଥିଲେ।

ସିହ୍ନା କହିଛନ୍ତି ଯେ ଯଦି ସେ ନୀତୀଶ କୁମାରଙ୍କ ସହ କଥା ହୋଇଥାନ୍ତେ ତେବେ ସେ ବିହାର ବିଷୟରେ ଚିନ୍ତା କରିବା ଉଚିତ ବୋଲି କହିଥାନ୍ତେ। ସେ କହିଛନ୍ତି ଯେ ବିହାରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେ ମୋ ସମର୍ଥନରେ ଆଗକୁ ଆସୁନାହାଁନ୍ତି, ଏହା ମୋ ପାଇଁ ବୁଝିପାରୁନାହିଁ । କାରଣ ଅନ୍ୟପଟେ ଯେଉଁ ଦିନ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରାଯାଇଥିଲା, ସେହି ଦିନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେହି ଦିନ ଘୋଷଣା କରିଥିଲେ କି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡ଼ିଶାର ଝିଅ ସେ ତାଙ୍କୁ ସମର୍ଥନ କରିବେ।