ନବରଙ୍ଗପୁର:- ଭିଜିଲାନ୍ସ ହାତରେ ଧରାପଡିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଥାନାବାବୁ । ରାତି ୧୨ ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡାଇ ଗୋଡାଇ ଧରିଛି ପୋଲିସ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଏହି ଚଢାଉ ହୋଇଥିଲା । ଭିଜିଲାନ୍ସକୁ ଚକମା ଦେଇ ଦୌଡ଼ି ଦୌଡ଼ି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ ।
ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇବା ସହ କିଛି ସମୟ ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲା । ଏହି ଟିମ୍ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ ଏକ ଟିମ୍ ସାମିଲ ରହିଥିଲେ । ବର୍ତ୍ତମାନ ମିମରାଜ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ନିଆଯାଇଛି । କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଛି । ତେବେ କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନ ଖାତିଗୁଡ଼ା ଥାନାକୁ ବଦଳି ହୋଇଥିଲା ।