ନବରଙ୍ଗପୁର/ଅନିଲ ପ୍ରଭାତ ଭତ୍ରା : ନବରଙ୍ଗପୁର ଜିଲ୍ଲା ଅବକାରୀ ଓ ଜିଲ୍ଲା ମୋବାଇଲ ୟୁନିଟ ଚଢାଉ କରି ୧୦୦ ଲିଟର ମଦ ଓ ୧୦୦୦ ଲିଟର ପୋଚ ଜବତ କରିବା ସହ, ତିନି ଜଣଙ୍କୁ ଗିରଫ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳ ସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକଟର ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ପାପଡାହାଣ୍ଡି ଅବକାରୀ ସବ ଇନ୍ସପେକ୍ଟର ଅମୀୟ ଖଞ୍ଜ, ନବରଙ୍ଗପୁର ଅବକାରୀ ସବଇନ୍ସପେକ୍ଟର ସୁଜିତ କୁମାର ନାଗ, ଏଏସଆଇ ରାଜେନ୍ଦ୍ର ପଟ୍ଟନାୟକ, ପ୍ରମୁଖ ଚଢାଉ କରିଥିଲେ । ମୁଣ୍ଡରାଗୁଡା, ମେରେଇ, ତୁମ୍ବର୍ଲା, ତାରପାଣି, ଗାଦବାକତ୍ରା ,ଏକରୀ ଆଦି ଅଞ୍ଚଳ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ୩ ଜଣଙ୍କୁ ଗିରଫ କରି କେଶ ରୁଜୁ କରାଯାଇଛି । ତିନି ଅଭିଯୁକ୍ତକୁ ପୃଥକ ପୃଥକ ମାମଲା ରୁଜୁ କରି ମୋଟ ୧୦୦ ଲିଟର ଦେଶୀ ମଦ ଓ ୧୦୦୦ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି । ଏହି ଚଢାଉ ସମୟରେ ଅବକାରୀ ବିଭାଗ କର୍ମଚାରୀ ବାଲକୃଷ୍ଣ ନାୟକ, ଗତୁଲ ନାୟକ, ରଞ୍ଜିତ ସିଂଘ , ସୋନୁ ସେଠିଆ, ଆକ୍ରମ ଖାନ,ରୀନା ବଡ଼ନାୟକ ପ୍ରମୁଖ ସାମିଲ ଥିଲେ ।